କେନ୍ଦ୍ରାପଡ଼ା,୬/୧୧/୨୦୨୧(ଓଡ଼ିଶା ସମାଚାର)-ଦୀପାବଳିରେ ବାଣ ଭିଡୁଥିବା ବେଳେ ବାଣ ବିଷ୍ପୋରଣରେ ମୃତୁ୍ୟ ହୋଇଥିବା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜମଧର ପଂଚାୟତର ଜୁଇଦାସପୁର ଗ୍ରାମର କୃଷ୍ଣଚନ୍ଦ୍ର ନାୟକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ । ଏଥିସହିତ ସେହି ବାଣ ବିଷ୍ପୋରଣରେ ଗୁରୁତର ଭାବେ ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୁବ ଇଞ୍ଜିନିଅର ଚିନ୍ମୟ ବରାଳଙ୍କ ପରିବାରକୁ ମଧ୍ୟ ଭେଟି ସେ ସମବେଦନା ଜଣାଇଥିଲେ । ଚିନ୍ମୟଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ପୂର୍ବତନ ବିଧାୟକ ଶ୍ରୀ ତରାଇ କଟକ ବଡ ଡାକ୍ତଖାନାର ପ୍ରଶାସନିକ ଅଧିକାରୀ ଓ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି । ପୂର୍ବତନ ବିଧାୟକ ଶ୍ରୀ ତରାଇଙ୍କ ସହ ରଘୁନାଥ ଜେନା, ଜୀତେନ୍ଦ୍ର କୁମାର ସାହୁ, ହିମାଂଶୁ ସାହୁ, ନିରଞ୍ଜନ ସାହୁ, ଦେବାଶିଷ ଦାସ, ଦୀପକ କୁମାର ବେହେରା, ରାମଚନ୍ଦ୍ର ବାରିକ, ସୁଧିର ରଞ୍ଜନ ଦାସ, ବିମାନ କୁମାର ପରିଡା, ଜମଧର ପଂଚାୟତର ସମିତି ସଭ୍ୟା କାମିନି ବରାଳ, ରଘୁନାଥ ନାଥ, ସୈାମ୍ୟରଞ୍ଜନ ସିଂ(ଲିପୁନ), ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
