Thursday , December 2 2021
Breaking News
Home / ବିଶେଷ / ପେଟ୍ରୋଲ୍ ଏବଂ ଡିଜେଲ୍ ଦାମ୍ ଯେଉଁ ହାରରେ ହ୍ରାସ ପାଇଛି, ସେହି ଅନୁସାରେ ବସ ଭଡ଼ା କମିନାହିଁ – ସାଧାରଣ ଜନତା

ପେଟ୍ରୋଲ୍ ଏବଂ ଡିଜେଲ୍ ଦାମ୍ ଯେଉଁ ହାରରେ ହ୍ରାସ ପାଇଛି, ସେହି ଅନୁସାରେ ବସ ଭଡ଼ା କମିନାହିଁ – ସାଧାରଣ ଜନତା

ଭୁବନେଶ୍ୱର ,୬/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ବସ୍ ଭଡ଼ା କମିଲା । ପୂର୍ବରୁ ତୈଳଦର ବୃଦ୍ଧି କାରଣରୁ ବସ୍ ଭଡ଼ା ବୃଦ୍ଧି ହୋଇଥିବା ବେଳେ ବର୍ତ୍ତମାନ ତୈଳଦର ହ୍ରାସ କାରଣରୁ ରାଜ୍ୟରେ ବସ୍ ଭଡ଼ା ହ୍ରାସ କରିଛନ୍ତି ରାଜ୍ୟ ସରକାର । ସାଧାରଣ ବସ୍ କିମି ପାଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହୋଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ୯୬ ପଇସାରୁ ୯୧ ପଇସା ହୋଇଛି । ସେହିପରି ଡିଲକ୍ସ ବସ୍ର ଭଡ଼ା କିମି ପ୍ରତି ୧.୩୫ ପଇସାରୁ ୧.୨୫ ହୋଇଛି । ଏସି ଡିଲକ୍ସ ୧.୬୩ ପଇସାରୁ ୧.୫୩ ଓ ସୁପର ପ୍ରିମିୟମ୍ ୨.୫୩ରୁ ୨.୩୮ ଟଙ୍କା ହୋଇଛି ।
ଦୀର୍ଘଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର ପେଟ୍ରୋଲ୍ ଏବଂ ଡିଜେଲ୍ ଦାମ୍ରେ ଯଥାକ୍ରମେ ୫ ଟଙ୍କା ଏବଂ ୧୦ ଟଙ୍କା ହ୍ରାସ କରିଥିଲେ । ଏହାପରେ ରାଜ୍ୟ ସରକାର ମଧ୍ୟ ଭ୍ୟାଟ୍ ରେ ୩ଟଙ୍କା ଲେଖାଏଁ ହ୍ରାସ କରିଥିଲେ । ଯାହାକୁ ନେଇ ବସ୍ ଭଡ଼ାରେ ମଧ୍ୟ ହ୍ରାସ କରାଯାଇଛି । ତେବେ ପେଟ୍ରୋଲ୍ ଏବଂ ଡିଜେଲ୍ ଦାମ୍ ରେ ଯେଉଁ ହାରରେ ହ୍ରାସ ପାଇଛି, ସେହି ଅନୁସାରେ ବସ ଭଡ଼ା କମିନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆହୁରି ଅଧିକ ବଦ ଭଡ଼ା କମିବା ଆବଶ୍ୟକ ବୋଲି ସାଧାରଣ ଲୋକେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *