Friday , September 29 2023
Breaking News
Home / ରାଜନୀତି / କଳାହାଣ୍ଡି ଜିଲା ବିଜେପି ମହିଳା ମୋର୍ଚ୍ଚା ମମିତା ନ୍ୟୟ ପାଇଁ ଏସପି ଅଫିସ ଘେରାଉ

କଳାହାଣ୍ଡି ଜିଲା ବିଜେପି ମହିଳା ମୋର୍ଚ୍ଚା ମମିତା ନ୍ୟୟ ପାଇଁ ଏସପି ଅଫିସ ଘେରାଉ

କଳାହାଣ୍ଡି , ୬/୧୧/୨୦୨୧ (ଓଡିଶା ସମାଚର /ସଂଜୟ ସିଂହ)- ଆଜି କଳାହାଣ୍ଡି ଜିଲା ଭବାନୀ ପାଟଣା ଠାରେ ଜିଲା ମହିଳା ବିଜେପି ମୋର୍ଚ୍ଚା ର ଶହ ଶହ ସଂଖ୍ୟା ରେ ମହିଳା ମାନେ ବିଜୁ କଲ୍ୟାଣୀ ମଣ୍ଡପ ଠାରୁ ପଦଯାତ୍ରା କରି ମହାଳିଙ୍ଗ କଲେଜ ର ଶିକ୍ଷୟିତ୍ରୀ ମମିତା ମେହେର ନ୍ୟାୟ ଦାବିରେ ଏସପି ଅଫିସ ଘେରାଉ କରିଥିଲେ ଓ ସେଠାରେ ହୋହାଲ୍ଲା କରି ଥିଲେ । ତାଙ୍କ ପ୍ରତିକ୍ରିୟା ରେ ସମସ୍ତ ବିଜେପି କର୍ମୀ କହିଲେ – ଯେଉଁ ଦିନ ପର୍ୟ୍ୟନ୍ତ ମମିତା କୁ ନ୍ୟୟ ନମିଲିବ ଓ ସି ବି ଆ ଇ ତଦନ୍ତ ନ ହେବ ସେ ପର୍ୟ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ବିଜେପି କର୍ମୀ କୁ ରୋକିବାକୁ ଶହ ଶହ ମହିଳା ପୋଲିସ ଓ ପୋଲିସ ଯବାନ ମୁତୟନ କରିଥିଲେ । ପରେ ସମସ୍ତ ବିଜେପି କର୍ମ ଙ୍କୁ ପୋଲିସ ଗିରଫ କରିଥିଲେ । ଉକ୍ତ ରାଲି ରେ ବିଜେପି ଲୋକ ସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡା,ପୂର୍ବତନ ଜ଼ିଲ୍ଲା ସଭାପତି ଶ୍ରୀ ଭାବେନ୍ଦ୍ର ପଣ୍ଡା, ଜିଲା ପରିଷଦ ଚେୟାରମ୍ୟାନ ଶ୍ରୀମତୀ ନମିତା ରାଣୀ ସାହୁ, ଜିଲା ମହିଳା ସଭାପତି ଶ୍ରୀମତୀ ନିରୁପମା ନାଏକ, ଜିଲା ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ମହାନ୍ତି, ଜିଲା ସାଧାରଣ ସମ୍ପାଦକ ଶ୍ରୀ ଜୟ ଶଙ୍କର ନାଏକ ପ୍ରମୁଖ ଶହ ଶହ ସଂଖ୍ୟା ରେ ଯୋଗ ଦେଇଥିଲେ।ଓଡିଶା ସମାଚର

Leave a Reply

Your email address will not be published. Required fields are marked *