Friday , September 22 2023
Breaking News
Home / ବିଶେଷ / କନ୍ଦରପୁର ରେଳ ଓଭର ଵ୍ରିଜ ନିର୍ମାଣ ପାଇଁ  ‘ଓଡିଶା ସମାଚାର’ ରେ ଖଵର ପ୍ରକାଶନର ଦିନକ ପରେ ଜିଲ୍ଲା ପ୍ରଶାସନ ର କ୍ଷେତ୍ର ଅନୁଧ୍ୟାନ

କନ୍ଦରପୁର ରେଳ ଓଭର ଵ୍ରିଜ ନିର୍ମାଣ ପାଇଁ  ‘ଓଡିଶା ସମାଚାର’ ରେ ଖଵର ପ୍ରକାଶନର ଦିନକ ପରେ ଜିଲ୍ଲା ପ୍ରଶାସନ ର କ୍ଷେତ୍ର ଅନୁଧ୍ୟାନ

କଟକ ସଦର , ୬/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ-ନୂଆଗାଁ ୫୫ ନମ୍ଵର ଜାତୀୟ ରାଜପଥର କଟକ-ପାରାଦୀପ ରେଳ ରାସ୍ତା କନ୍ଦରପୁର ସିପି ୯ ରେ ଆବଶ୍ୟକତା ଦୃଷ୍ଟିରୁ ଏକ ଓଭର ଵ୍ରିଜ୍ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାଵି ହୋଇ ଆସୁଛି।ଏ ସଂପର୍କରେ ଗତ କାଲି ଶୁକ୍ରବାର ଦିନ ‘ ଓଡିଶା ସମାଚାର’ ରେ ବିସ୍ତୃତ ଖଵର ପ୍ରକାଶନର ଦିନକ ପରେ ଆଜି ଶନିଵାର କଟକ ଜିଲ୍ଲା ପ୍ରଶାସନର ଏକ ଉଚ୍ଚ ସ୍ତରୀୟ ଟିମ କ୍ଷେତ୍ର ଅନୁଧ୍ୟାନ କରି ଫେରି ଯାଇଥିଵାକୁ ନେଇ ଓଭର ଵ୍ରିଜ ନିର୍ମାଣ ନେଇ ଆଶା ସଂଚାର ହୋଇଛି। ଓଭର ଵ୍ରିଜ୍ ନିର୍ମାଣ ପାଇଁ ରେଳ ଵିଭାଗ ତାର ଆନୁସଙ୍ଗିକ କାର୍ଯ୍ୟ ଶେଷ କରି ଡିପିଆର ମଞ୍ଜୁରି ପାଇଁ ଜାତୀୟ ରାଜମାର୍ଗ ପ୍ରାଧିକରଣ କୁ ଆଵେଦନ କରିଥିଵା କଥା ଉତ୍କଳ ଵିକାଶ ପରିଷଦ ସଭାପତି ଇଂ ପ୍ରକାଶ ସେଠୀଙ୍କୁ ଚିଠି ଦ୍ବାରା ଜଣାଇଥିବା ଜଣାଯାଇଛି। ଡିପିଆର ମଞ୍ଜୁରି କୁ ରେଳ ଵିଭାଗ ଅପେକ୍ଷା କରିଥିଵା ଵେଳେ ଆଜି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣ ଚନ୍ଦ୍ର ମିଶ୍ର (ରାଜସ୍ୱ), ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ଵେଉରା, ତହସିଲଦାର ସମ୍ଵିତ ଗଡନାୟକ, ଆରଟିଓ ସଂଜୟ ବେହେରା,ଜମି ଅଧିଗ୍ରହଣ ଭାରପ୍ରାପ୍ତ ଅଧିକାରୀ ପ୍ରଣାଳୀ ମହାନ୍ତି,ରାଜପଥ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ କମଳ କୁମାର ସ୍ୱ।ଇଂ, କନିଷ୍ଠ ଯନ୍ତ୍ରୀ ଇଂ ଶେଖର ସାମଲ ପ୍ରମୁଖ ନିର୍ମାଣ ସ୍ତଳ ପରିଦର୍ଶନ କରି ଫେରିଯାଇଛନ୍ତି।ଓଭର ଵ୍ରିଜ ନିର୍ମାଣ ଓ ରାଜପଥ ନଵୀକରଣ କାର୍ଯ୍ୟ ପାଇଁ ଖୁବ୍ ଶୀଘ୍ର ଜବରଦଖଲ ଉଚ୍ଛେଦ ସାଙ୍ଗକୁ ଘରୋଇ ଜମି ଅଧିଗ୍ରହଣ କରାଯିଵ ଵୋଲି ଉପଜିଲ୍ଲାପାଳ ଶ୍ରୀ ଵେଉରା କହିଛନ୍ତି। ଓଭର ଵ୍ରିଜ ହେଲେ କନ୍ଦରପୁର ରେଳ ଫାଟକ ନିକଟରେ ଅନଵରତ ଅଟକି ରହୁଥିଵା ଵିଶେଷ କରି ଜଗତସିଂହପୁର ସଦର ମହକୁମାର ଯାତ୍ରୀମାନେ ଵିଶେଷ ଭାଵେ ଉପକୃତ ହେବେ ବୋଲି ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *