Wednesday , October 4 2023
Breaking News
Home / ବିଶେଷ / ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି ଉପସ୍ଥାପନ ପାଇଁ ଦିଲ୍ଲୀରେ ହେବ ସତ୍ୟାଗ୍ରହ କେନ୍ଦ୍ରାପଡାର ନେତୃତ୍ୱ ନେଲେ ମହେଶ

ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି ଉପସ୍ଥାପନ ପାଇଁ ଦିଲ୍ଲୀରେ ହେବ ସତ୍ୟାଗ୍ରହ କେନ୍ଦ୍ରାପଡାର ନେତୃତ୍ୱ ନେଲେ ମହେଶ

କେନ୍ଦ୍ରାପଡ଼ା, ୬/୧୧/୨୦୨୧(ଓଡ଼ିଶା ସମାଚାର)- ଓଡିଶା ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବି ଉପସ୍ଥାପନ ପାଇଁ  ଦିଲ୍ଲୀରେ ସତ୍ୟାଗ୍ରହ ହେବାକୁ ସ୍ଥିର କରାଯାଇଛି । ସେହି ସତ୍ୟାଗ୍ରହରେ ଯୋଗଦେଇ ଓଡିଶାର ଦାବିକୁ ଦିଲ୍ଲୀ ଦରବାରରେ ଉପସ୍ଥାପନ କରିବା ପାଇଁ ଓଡିଶାର ପ୍ରତ୍ୟେକ ଜିଲ୍ଲାରୁ ଗୋଟିଏ ଗୋଟିଏ ଟିମ ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଇଛି । ଏହି ସତ୍ୟାଗ୍ରହ ଦିଲ୍ଲୀର ଜନ୍ତରମନ୍ତର ଠାରେ ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଓ ସଂସଦର ମୌସୁମୀ  ଅଧିବେଶନ ଆରମ୍ଭ ଦିନ ଠାରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଚାଲୁରହିବ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି ସହିତ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ  ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଦାବିରେ ଏହି ସତ୍ୟାଗ୍ରହ ଓ ଧାରଣା ଅନୁଷ୍ଠିତ ହେବ । ସେହି ସତ୍ୟାଗ୍ରହରେ ଯୋଗଦେବାକୁ କେନ୍ଦ୍ରାପଡା ଜିଲ୍ଲାରୁ ଆସନ୍ତା ଡିସେମ୍ବର ମାସ ପହିଲାରେ ଏକ ୮ଜଣିଆ ଟିମ ଯୁବ ସମାଜସେବୀ ମହେଶ ପାଢୀଙ୍କ ନେତୃତ୍ୱରେ ଦିଲ୍ଲୀ ଯିବାକୁ ସ୍ଥିର କରାଯାଇଛି । ସେହି ଟିମ ଦିଲ୍ଲୀରେ ପହଂଚି ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି ନେଇ ଜନ୍ତରମନ୍ତର ଠାରେ ହେବାକୁ ଥିବା ସତ୍ୟାଗ୍ରହରେ ଯୋଗଦେବେ ବୋଲି ଶ୍ରୀ ପାଢୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *