କଳାହାଣ୍ଡି,୦୬/୧୧/୨୧ (ଓଡିଶା ସମାଚର /ସଂଜୟ ସିଂହ)- ସ୍ୱାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏମିତି ବି ଗାଁ ଅଛି, ଯେଉଁଠି ଗ୍ରାମବାସୀମାନେ ଆଜି ପର୍ୟ୍ୟନ୍ତ ବିଜୁଳି, ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭଳି ମୌଳିକ ସୁବିଧାରୁ ବଂଚିତ ଅଛନ୍ତି । ବାରମ୍ବାର ପ୍ରଶାସନ ର ଦ୍ବାରସ୍ଥ ହେଉଥିଲେ, ବି ଏମାନଙ୍କର ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉ ନ ଥିବା ଭଳି ଅଭିଯୋଗ ଆସିଛି ।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଂଚାୟତ ର କାଦୋ ମାଳି ଗାଁ ରେ ବସବାସ କରନ୍ତି ୬୦ ରୁ ଉର୍ଦ୍ଧ ଜରିଜନ ଓ ଆଦିବାସୀ ପରିବାର। ଗାଁ ର ଜନସଂଖ୍ୟା ପ୍ରାୟ ୩ ଶହ ରୁ ଉର୍ଦ୍ଧ ଥିବା ବେଳେ ଗାଁ ରେ ପାନୀୟ ଜଳ ର ସୁଵିଧା ପାଇଁ ରହିଛି ମାତ୍ର ୨ ଗୋଟି ନଳ କୂଅ। ସେପରି ଗାଧୁଆ ପାଧୁଆ ସାଙ୍ଗ କୁ ଶୌଚ ହେବା ପାଇଁ ମାତ୍ର ଗୋଟିଏ ପୋଖରୀ ରହିଥିବା ବେଳେ ବର୍ତ୍ତମାନ ପୋଖରୀ ସୁଖô ଗଲାଣି । ସେପଟେ ଗାଁ ରେ ଥିବା ନଳକୁଅ ରୁ ପାଣି ମଧ୍ୟ ଭଲ ଭାବରେ ବାହାରୁ ନାହିଁ । ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗୁ ଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ଗାଁ ରେ କୌଣସି ମା ଗର୍ଭବତୀ ହେଲେ, କିମ୍ବା ଜ୍ୱର ହେଲେ, ଗମନାଗମନ ର ସୁବିଧା ନ ଥିବାରୁ ଆମ୍ବୁଲାନ୍ସ ଗାଁ କୁ ଯାଇପାରୁ ନ ଥିବାରୁ ଲୋକେ ଖଟିଆ ରେ ୩ କିଲୋମିଟର ରାଜ ରାସ୍ତା ପର୍ୟ୍ୟନ୍ତ ବୋହି ଆଣିବାକୁ ପଡେ । ନିର୍ବାଚନ ସମୟରେ ବହୁ ନେତା ,ମନ୍ତ୍ରୀ ଗାଁ କୁ ଯାଇ ବିଭିନ୍ନ ପ୍ରକାରର ପ୍ରତିଶୃତି ଦିଅନ୍ତି , ହେଲେ ପରେ ତାକୁ କିଏ ପଚାରୁ ନ ଥିବା ଅଭିଯୋଗ କରିବା ସହ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା କୁ ଗ୍ରାମ ବାସୀ ଦାବି କରୁଛନ୍ତି । ଏପଟେ ଜାତୀୟ ରାଜପଥ ୨୬ ଜୟପୁର ବୋରିଗୁମ ରାସ୍ତା ଠାରୁ ମାତ୍ର ୩ କିଲୋମିଟର ଦୂରତା ରେ ରହିଛି, ସାହାଜ ଖୋଲ ଜଙ୍ଗଲ ଭିତରେ ଥିବା ଏହି ଆଦିବାସୀ କାଦୋମଳି ଗାଁ ।ଏଥିରେ କେବଳ ପାନୀୟ ଜଳ ଯେ ଅସୁବିଧା ତାହାନୁହେଁ ଗାଁ ରେ ରହିଛି ଅନେକ ମୌଳିକ ସମସ୍ୟା ।ଗାଁରେ ବହୁ ସଂଖ୍ୟା ରେ ୫ ବର୍ଷ ର ଶିଶୁ ରହିଥିବା ବେଳେ ଅନେକ ଗର୍ଭବତୀ ମାଆ ମାନେ ମଧ୍ୟ ରହିଛନ୍ତି ।କିନ୍ତୁ ସେଠାରେ ଅଙ୍ଗନବାଡ଼ି ଘର କିମ୍ଵା ଅଙ୍ଗନବାଡ଼ି କର୍ମୀ ନାହାଁନ୍ତି । ଯାହା ଫଳରେ ଗର୍ଭବତୀ ଓ ଶିଶୁ ସ୍ବାସ୍ଥ୍ୟ ସେବା ରୁ ବଂଚିତ ହେଉଛନ୍ତି । ସେହିପରି ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଲୋକେ ବିଜୁଳି ଦେଖି ନାହାନ୍ତି । ବର୍ତ୍ତମାନ ବର୍ଷେ ତଳେ ହାତ ଗଣତି କେତେ ଘର କୁ ସୋଲାର ଲାଇଟ ଦେଇଛନ୍ତି। ହେଲେ ତାହା ମଧ୍ୟ ଭଲ ଭାବରେ କାମ କରୁ ନଥିବା ଫଳରେ ଡିବିରି ଆଲୁଅ ରେ ଦିନ କାଟୁଛନ୍ତି ଗାଁ ଲୋକେ। ଏବଂ ବର୍ଷା ଦିନେ ଗମନା ଗମନ ପାଇଁ ନାହିଁ ନଥିବା ଅସୁବିଧା ହେଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ ଏହି ଗାଁ ର ସମସ୍ୟା ପ୍ରତି ଚିରାଚରିତ ଭାବରେ ଉତ୍ତର ରଖିଛନ୍ତି ସ୍ଥାନୀୟ ବିଧାୟକ ମୌଷଧି ବାଗ ।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଁ କୁ ରାସ୍ତା , ବିଜୁଳି ,ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ପାଇଁ ଡିମ ଡିମ ପିଟୁଥିବା ବେଳେ ସ୍ୱାଧୀନତାର ବହୁ ବର୍ଷ ପରେ ବି ସରକାର ଙ୍କର ଯୋଜନା ଆଦିବାସୀ ବହୁଳ ଗାଁ ଗୁଡିକରେ କେତେ କାର୍ୟ୍ୟକାରୀ ହେଉଛି ତାହା ଏହି ଗାଁ କୁ ଦେଖିଲେ ସ୍ପଷ୍ଟ ବାରି ହେଉଛି । ଅନ୍ୟ ପଟେ କେବେ ଏହି ଆଦିବାସୀ ଗାଁ ପ୍ରତି ସରକାର ଧ୍ୟାନ ଦେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା । ଓଡ଼ିଶା ସମାଚର
