Sunday , September 24 2023
Breaking News
Home / ବିଶେଷ / ୨୦୧୯ ମସିହା ଲାଗି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା

୨୦୧୯ ମସିହା ଲାଗି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା

ଭୁବନେଶ୍ୱର,୦୫/୧୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୯ ମସିହା ଲାଗି ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ପ୍ରଦାନ କରାଯିବ । ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରୀ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ଲାଗି ଜୟଦେବ ପୁରସ୍କାରରେ ସମ୍ମାନିତ କରାଯିବ । ସମାରୋହରେ ଜୟଦେବ ସମ୍ମାନ ପାଇଁ ଶ୍ରୀ ମହାପାତ୍ରଙ୍କୁ ୨ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ସେହିପରି ନୀଳମାଧବ ପଣ୍ଡାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଲିର ଅତୀତ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଏଥିସହ ନୀଳମାଧବ ପଣ୍ଡାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର ମଧ୍ୟ ମିଳିବ। ସେହିପରି ଚଳଚ୍ଚିତ୍ର ‘ଖୁସି’ରେ ଅଭିନୟ ଲାଗି ସରୋଜ ପରିଡ଼ାଙ୍କୁ ଶ୍ରେଷ୍ଠ ଅଭିନେତା ଓ କାବ୍ୟା କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଗି ଚୟନ କରାଯାଇଛି । ଅନ୍ୟପକ୍ଷରେ ୮ମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି ଓ ‘କାଳିଆ କରୁଛି ଲୀଳା’ ଶ୍ରେଷ୍ଠ ଟେଲି ଫିଲ୍ମ ଭାବେ ମନୋନୀତ ହୋଇଛି। ସମାରୋହରେ ଏହି ପୁରସ୍କାର ପାଇଁ ନୀଳମାଧଵ ପଣ୍ଡା ୫୦ ହଜାର ଟଙ୍କା ଓ ମାନପତ୍ର ପାଇବେ ।
୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯
-ଶ୍ରେଷ୍ଠ ଚଳଚ୍ଚିତ୍ର: କାଲିର ଅତୀତ (ପ୍ରଯୋଜକ: ନୀଳମାଧ ପଣ୍ଡା)
-ଶ୍ରେଷ୍ଠ ନିର୍ଦ୍ଦେଶକ: ନୀଳମାଧବ ପଣ୍ଡା (କାଲିର ଅତୀତ)
-ଶ୍ରେଷ୍ଠ ଅଭିନେତା: ସରୋଜ ପରିଡ଼ା (ଖୁସି)
-ଶ୍ରେଷ୍ଠ ଅଭିନେତ୍ରୀ: କାବ୍ୟା କିରଣ (ଖୁସି)
-ଶ୍ରେଷ୍ଠ କାହାଣୀ: କପିଳେଶ୍ୱର ପ୍ରସାଦ ମହାପାତ୍ର (ଶଲାବୁଢ଼ାର ବଦ୍ଲା)
-ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ: ବୈଦ୍ୟନାଥ ଦାସ (ନାୟକର ନାଁ ଦେବଦାସ୍)
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ସ୍ୱୟମ୍ ପାଢ଼ୀ (ଭିଜା ଭିଜା ପ୍ରେମ ଛିଟାଟ୍ଟଦେଖା ହେଲା ପ୍ରେମ ହେଲା)
-ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ଦୀପ୍ତିରେଖା ପାଢ଼ୀ (ଏ କେଉଁ ଋତୁ ଏ କେଉଁ ରାସ୍ତାଟ୍ଟଫ୍ରମ୍ ମିଟୁ ଇଉ)
-ଶ୍ରେଷ୍ଠ ଚିତ୍ରଗହ୍ରଣ: ରବୀନ୍ଦ୍ର ବେହେରା (ବାବୁ ଭାଇଜାନ୍)
-ଶ୍ରେଷ୍ଠ ସଂପାଦନା: ରାଜେଶ ଦାସ (ଖୁସି)
-ଶ୍ରେଷ୍ଠ ଗୀତିକାର: ଅରୁଣ ମନ୍ତ୍ରୀ (ଭିଜେଇ ଦେଇ ଯା ଥରେଟ୍ଟ ବାପା ତୁମେ ଭାରି ଦୁଷ୍ଟ)
-ଶ୍ରେଷ୍ଠ ଚିତ୍ରନାଟ୍ୟ: ସନ୍ତୋଷ ନାରାୟଣ ଦାଶ (ବାବୁ ଭାଇଜାନ୍)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ବବି ମିଶ୍ର (ବାବୁ ଭାଇଜାନ୍)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ଅଞ୍ଜନା ଦାଶ (ବାପା ତୁମେ ଭାରିଦୁଷ୍ଟ)
-ଶ୍ରେଷ୍ଠ ହାସ୍ୟ କଳାକାର: ତ୍ରିଭୂବନ ପଣ୍ଡା (ଗୋଲମାଲ୍ ଲଭ୍)
-ଶ୍ରେଷ୍ଠ ଶିଶୁ କଳାକାର: ଐଶ୍ୱର୍ୟ୍ୟା ମିଶ୍ର (ଖୁସି)
-ଶ୍ରେଷ୍ଠ କଳା ନିର୍ଦ୍ଦେଶକ: କଳିଙ୍ଗ କେଶରୀ ନାୟକ (କାଲିର ଅତୀତ)
-ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଚନ୍ଦ୍ର ଶେଖର ଶର୍ମା (ଶଲାବୁଢ଼ାର ବଦ୍ଲା)
-ସ୍ୱତନ୍ତ୍ର ଜୁରୀ ପୁରସ୍କାର: ଅଭିନେତା: ରୋହିତ୍ ରାଜ୍ (କୋଟିଏରେ ଗୋଟିଏ ମନ)
-ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର: ସୁବ୍ରତ କୁମାର ରଥ(ବାଜି) ଓ ଅଭିଷେକ କୁମାର (ଫ୍ରମ୍ ସଂଜୁ)
-ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ପ୍ରଯୋଜକ: ଆଶୁତୋଷ ପଟ୍ଟନାୟକ (ଶ୍ରୀକ୍ଷେତ୍ରର ସହିଯାତ)
-ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର: ପ୍ରଯୋଜକ ସ୍ୱରାଜ ମିଶ୍ର ଓ ନିର୍ଦ୍ଦେଶକ ବନମାଳୀ ରଣା (ରସଗୋଲା)

Leave a Reply

Your email address will not be published. Required fields are marked *