Saturday , August 13 2022
Breaking News
Home / ବିଶେଷ / ରଘୁନାଥଜୀୟୁ ମଠ ମହନ୍ତ ଜଗନ୍ନାଥ ପୁରୀଙ୍କ ଦେହାନ୍ତ   : ବିଭିନ୍ନ ମହଲରୁ ଶୋକ

ରଘୁନାଥଜୀୟୁ ମଠ ମହନ୍ତ ଜଗନ୍ନାଥ ପୁରୀଙ୍କ ଦେହାନ୍ତ   : ବିଭିନ୍ନ ମହଲରୁ ଶୋକ

 ମାହାଙ୍ଗା,୦୫/୧୧/୨୦୨୧(ଓଡ଼ିଶା ସମାଚାର)-(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ରଘୁନାଥଜୀୟୁ ମଠର ମହନ୍ତଙ୍କର ଆଜି ଭୋ’ରୁ ଦେହାନ୍ତ ଘଟିଛି । କ୍ୟାନ୍ସର ପୀଡିତ ଏହି ମହନ୍ତଙ୍କ ଚିକିତ୍ସା କଟକରେ ଚାଲିଥିଲାାତେବେ ୪ ଦିନ ତଳୁ ତାଙ୍କୁ ହସ୍ପିଟାଲରୁ ଛାଡିଦିଆଯାଇଥିଲା । ସ୍ଥାନୀୟ କୋଠପଦା ଗ୍ରାମବାସୀମାନେ ଏହି ସାଧୁଙ୍କ ସେବା ଶୁଶ୍ରୁଷା କରୁଥିଲେ । ମାତ୍ର ୧୧ ବର୍ଷ ବୟସରେ ଜଗନ୍ନାଥପୁରୀ ସନ୍ୟାସଦୀକ୍ଷା ଗ୍ରହଣ କରିଥିଲେ । ସାଲେପୁର ଥାନା  ମିର୍ଜ୍ଜାପୁର ଅଂଚଳରୁ କିଶୋର ଅବସ୍ଥାରେ ଆସି ନାଗାମଠ ଭାବେ ଖ୍ୟାତ କୋଠପଦାରେ ଦୀର୍ଘ ୫୦ ବର୍ଷ ସନ୍ୟାସୀ ଜୀବନ ଅତିବାହିତ କରିଥିଲେ ମହନ୍ତ ଜଗନ୍ନାଥପୁରୀ ଗୋସ୍ୱାମୀ । ଆଜି ନାଗାସାଧୁ ପରମ୍ପରା ଅନୁଯାୟୀ ଗୁରୁ ଭାଇମାନେ କୋଠପଦାରେ ପହଂଚି ମଠ ପରିସରରେ ଏହି ମହାନ୍ତଙ୍କୁ ସମାଧି ଦେଇଥିଲେ । ଜଗନ୍ନାଥ ପୁରୀଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ତଥା ଆଇନିମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ବ୍ଲକ ଚେୟାରମ୍ୟାନ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ,ରାମଚନ୍ଦ୍ର ମହାପାତ୍ର,ରାଧାନାଥ ରାଉତ, ସାମାଜିକ କର୍ମୀ ଅଖିଳେଶ ମହାନ୍ତି, ଗୀତିକାର ବିଶ୍ୱେଶ୍ୱର ମହାନ୍ତି,ସତ୍ୟଜିତ ଦାସ,ପନଂଗ ଭୂଷଣ ଦାସ,ପ୍ରଶାନ୍ତ କର,ନାରାୟଣ ମୁଦୁଲି,  ସୁବାଷ ବେହେରା, ହେମନ୍ତ ପ୍ରଧାନ,ସୁଧାଂଶୁ ପାଣି,ସୁଦର୍ଶନ ସାମଲ,  ନିହାର ପଣ୍ଡା, କିଶୋର ଦାଶ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମହନ୍ତଙ୍କ ଅନ୍ତିମ ଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଭାନୁ ଆଚାର୍ୟ୍ୟ, ଅନନ୍ତ ସାହୁ, ଗଣେଶ ବିହାରୀ, ଯତୀନ୍ଦ୍ର ଦାଶ, ମାଗୁଣି ସାମଲ, ଅକ୍ଷୟ ପାଣି, ଜଗନ୍ନାଥ ନାୟକ, ବିଜୟ କୁମାର ଦାଶ,କେଦାରେଶ୍ୱର ପୁହାଣ,ଦିଲ୍ଲୀପ ସ୍ୱାଇଁ, ଭାଗ୍ୟଧର ମହାନ୍ତି, ଗଜେନ୍ଦ୍ର ସ୍ୱାଇଁ,ସୁମନ୍ତ ବିହାରୀ, ବାସୁଦେବ ପୃଷ୍ଟି, ଦୀପକ ଦାସ, ଦଧିବାମନ ପରିଡା, ସୁଶାନ୍ତ ଦାସ, ରବୀନ୍ଦ୍ର ପୃଷ୍ଟି,ରମାକାନ୍ତ ପଣ୍ଡା, ହେମନ୍ତ ମହାନ୍ତି, ବିଭୁଦତ୍ତ ମହାନ୍ତି, ନଟବର ମହାନ୍ତି, ସୁଧୀର ମହାନ୍ତି, ରଞ୍ଜନ ବଳବନ୍ତରାୟ, ପ୍ରମୁଖ ଦିବଂଗତ ମହନ୍ତଙ୍କ ଅନ୍ତିମ ଯାତ୍ରାରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତା’ଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ,ବ୍ୟବସାୟିକ ପ୍ରତିଷ୍ଠାନ,ଦୋକାନ ବଜାର ବନ୍ଦ କରାଯାଇଥିଲା । ଅନ୍ୟପକ୍ଷରେ ଜଗନ୍ନାଥପୁରୀ ତାଙ୍କ ଜୀବିତାବସ୍ଥାରେ ତାଙ୍କର ଉତ୍ତରାଧିକାରୀ ଚୟନ କରିଥିବାରୁ ଏହି ରଘୁନାଥଜୀୟୁ ମଠର ନୂତନ ମହନ୍ତ ଭାବେ ଭଗବାନପୁରୀ ଗୋସ୍ଵାମୀଙ୍କୁ ଅବସ୍ଥାପିତ କରାଯିବ ବୋଲି  ନିଷ୍ପତି ଘୋଷଣା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.