Friday , June 2 2023
Breaking News
Home / ବିଶେଷ / ଭଙ୍ଗାଯିବ କଟକର ପୁରୁଣା ହିନ୍ଦ୍ ସିନେମା ହଲ୍, ରାଣୀହାଟ ଛକରୁ ଵଡ ମେଡିକାଲକୁ ସିଧାସଳଖ ରାସ୍ତା ଫିଟିଵ

ଭଙ୍ଗାଯିବ କଟକର ପୁରୁଣା ହିନ୍ଦ୍ ସିନେମା ହଲ୍, ରାଣୀହାଟ ଛକରୁ ଵଡ ମେଡିକାଲକୁ ସିଧାସଳଖ ରାସ୍ତା ଫିଟିଵ

କଟକ ସଦର, ୦୫/୧୧/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ଵେହେରା): କଟକ ଏସସିଵି ଵଡ ମେଡିକାଲକୁ ବିଶ୍ୱସ୍ତରୀୟ କରିଵାକୁ ନବକଳେବର କାର୍ଯ୍ୟ ଯୋରସୋରରେ ଆଗେଇ ଚାଲିଥିବାରୁ ଏହାର ଚତୃପାର୍ଶ୍ୱରେ ଥିଵା ଜଵର ଦଖଲ ଉଛେଦ ପ୍ରକ୍ରିୟାକୁ ଯୋରଦାର କରାଯାଉଛି।ଏହି ପରିପ୍ରେକ୍ଷୀରେ ରାଣୀହାଟରେ ଥିଵା କଟକର ସର୍ଵ ପୁରାତନ ହିନ୍ଦ୍ ସିନେମା ହଲକୁ ଭଙ୍ଗାଯିଵ ଵୋଲି ଜଣାପଡିଛି। ଏଥିପାଇଁ ହଲକୁ ସରକାର ନିଜ ନିୟନ୍ତ୍ରଣ କୁ ନେଇ ହଲ୍ ଭିତରେ ହଲ୍ ଭିତରେ ଵ୍ୟଵସାୟ କରୁଥିବା ଵ୍ୟଵସାୟୀମାନଙ୍କୁ ଆସନ୍ତା ୧୨ ତାରିଖ ଭିତରେ ଖାଲି କରିଵାକୁ ନୋଟିସ୍ ଜାରି କରାଯାଇଛି।ମୋଚିସାହି ଛକରୁ ମଙ୍ଗଳାବାଗ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ପାଇଁ ଉଛେଦ ଚାଲିଥିବା ବେଳେ ଏଥି୍ରେ ଥିଵା ଅନେକ ଘରୋଇ ଲୋକଙ୍କ ଘର ଅଧିଗ୍ରହଣ କରାଯିଵ ଵୋଲି ପ୍ରକ୍ରିୟା ଆରମ୍ଭ ହୋଇଛି।ସେଥିରେ ମେଡିକାଲ ପରିସରରେ ଥିବା ଅନେକ ଘର ସହିତ ପବ୍ଲିକ ସ୍କୁଲ ମଧ୍ୟ ଭଙ୍ଗାଯିବ ବୋଲି ଜଣାପଡିଛି। ସେହିପରି ହିନ୍ଦ୍ ସିନେମା ହଲ୍ ଭଙ୍ଗାଯିଵା ପରେ ଏହା ସଂଲଗ୍ନ ୩ ଏକର ପରିମିତ ଜମି ଉପରେ ସରକାରଙ୍କ ପକ୍ଷରୁ ସ୍ୱଳ୍ପ ମୂଲ୍ୟର ହୋଟେଲ,ରୋଗୀ ସଂପର୍କିୟଙ୍କ ଲାଗି ପ୍ରତିକ୍ଷାଳୟ,ଓ ଧର୍ମଶାଳା ପ୍ରଭୃତି ନିର୍ମାଣ କରାଯିଵ ଵୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଣୀହାଟ ପୋଲ ଠାରୁ ତାଳଦଣ୍ଡା କେନାଲ ଵନ୍ଧ କଡରେ ଥିବା ଚମଡା ନିଗମ କାର୍ଯ୍ୟାଳୟ,ଵିହନ ନିଗମ କାର୍ଯ୍ୟାଳୟ, ହସ୍ତତନ୍ତ ଓ ଉଠା ଜଳସେଚନ କାର୍ଯ୍ୟାଳୟ ସଵୁକୁ ପ୍ରତାପନଗରୀ ଧାକୁଲେଇ ଠାରେ ଥିଵା ଜଳ ଓ ଭୂମି ପରିଚାଳନା କେନ୍ଦ୍ର ( ୱ।ଲ୍ମି) ପରିସରରେ ଥିଵା ଜମିକୁ ସ୍ଥାନାନ୍ତରିତ କରାଯିଵ ଵୋଲି ନିଷ୍ପତ୍ତି ସରିଛି।ତେଵେ ଏହି ଭଙ୍ଗା ଗଢା ଭିତରେ ଚିକିତ୍ସା ସେଵା କ୍ଷେତ୍ରରେ ରୋଗୀମାନେ କିଭଳି ସୁଫଳ ପାଇପାରିବେ ତାହା କେବଳ ଆଗାମୀ ଦିନରେ ଜଣାପଡିଵ। ଓଡ଼ିଶା ସମାଚାର

Leave a Reply

Your email address will not be published.