ଭୁବନେଶ୍ୱର,୦୫/୧୧/୨୦୨୧(ଓଡ଼ିଶା ସମାଚାର)-ବିଶିଷ୍ଟ ଗାନ୍ଧିବାଦୀ, ଅହିଂସା, ସଦ୍ଭାବନାର ପୂଜାରୀ ଏବଂ ଭାରତର ଯୁବମାନସର ପ୍ରତୀକ, ଜାତୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ଡ଼ ଏସ୍.ଏନ୍. ସୁବରାଓଙ୍କର ପରଲୋକ ରେ ସେହି ମହାନ୍ ଆତ୍ମାଙ୍କର ସ୍ମୃତିରେ ଆସନ୍ତା ୭ ନଭେମ୍ବର ୨୦୨୧ରିଖ ଅପରାହ୍ନ ୩.୩୦ ମିନିଟ୍ ସମୟରେ ଭାରତ ସ୍କାଉଟ୍ ଏବଂ ଗାଇଡସ୍ ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଉଛି ।
ଏହି ସ୍ମୃତିସଭାରେ ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଡକ୍ଟର ସୁବାରାଓଙ୍କର ସ୍ମୃତିଚାରଣ କରିବା ସହ ସେମାନଙ୍କର ଶ୍ରଦ୍ଧା ସୁମନ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ରାଜକିଶୋର ନାୟକ ନ୍ୟାସନାଲ ମେମୋରିଆଲ ଫାଉଣ୍ଡେସନ, ଭାରତ ସ୍ମାଉଟ ଏବଂ ଗାଇଡ଼ ଏବଂ ଜାତୀୟ ଯୁବ ପ୍ରକଳ୍ପ, ଓଡ଼ିଶା ଏହି ସ୍ମୃତି ସଭା ଆୟୋଜନକରୁଛନ୍ତି । ଓଡ଼ିଶା ସମାଚାର