କଟକ, ୦୫/୧୧/୨୦୨୧(ଓଡ଼ିଶା ସମାଚାର)- ଇଏ ହେଉଛି କଟକ ଜିଲା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ପଂଚାୟତରେ ଅବସ୍ଥିତ ବିଲହାଟ ବଜାରର ଦୃଶ୍ୟ । ଏଠି ବଜାରର ମୁଖ୍ୟ ରାସ୍ତା କଡ଼ରେ କେଉଁଭଳି ପରିବେଶରେ ରହିଛି ନଳକୂପ । ଏଠି ସ୍ୱଛ ଭାରତ ବାଟବଣା ହୋଇଛି । ବଜାରର ମୁଖ୍ୟ ରାସ୍ତା କଡ଼ରେ ଏପରି ଦୃଖ୍ୟ ଦେଖିବାକୁ ମିଳୁଥିବାବେଳେ ଏଥିପ୍ରତି କାହାର ଦାୟିତ୍ୱ ଥିବାଭଳି ମନେହେଉନାହିଁ । ଏଭଳି ପରିବେଶରେ ଥିବା ନଳକୂପରୁ ମଧ୍ୟ ଲୋକମାନେ ପାଣି ନେଇ ପିଉଥିବାବେଳେ ତାହା କେତେ ସ୍ୱଛ ତାହା ଜଣାପଡ଼ୁନାହିଁ । ଏହି ନଳକୂପ ଠାରୁ ଅଳ୍ପ ଦୂରରେ ପଂଚାୟତ କାର୍ଯ୍ୟାଳୟ, ହେଲେ ଏଥିପ୍ରତି ପଂଚାୟତର ସରପଂଚଙ୍କର ମଧ୍ୟ ଏଥିପ୍ରତି ଦୃଷ୍ଟି ନଥିବା ଜଣାଯାଏ । ସରପଂଚ ଙ୍କର ଦୃଷ୍ଟି ପଡ଼ିଥିଲେ ସେ ହୁଏତ ଏହି ନଳକୂପର ପରିବେଶ ଠିକ୍ କରିଥାନ୍ତେ । ମହମ୍ମଦପୁର ଗ୍ରାମ ପଂଚାୟତର ସରପଂଚ ଏଥିପ୍ରତି ଦୃଷ୍ଟି ଦେଇ ଏହି ନଳକୂପର ପରିବେଶ ଠିକ୍ କରିବା ସହିତ ନଳକୂପ ଠାରୁ ଅଳ୍ପ ଦୂରରେ ଥିବା ମାଛ ଦୋକାନ ନିକଟରେ ଥିବା ପରିବେଶ ପ୍ରତି ଦୃଷ୍ଟି ଦେବାକୁ ଓଡ଼ିଶା ସମାଚାର ପକ୍ଷରୁ ଅନୁରୋଧ କରାଯାଉଛି । ଓଡ଼ିଶା ସମାଚାର