Saturday , August 20 2022
Breaking News
Home / ତାଜା ଖବର / ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା , ତଦନ୍ତ ଜାରି

ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା , ତଦନ୍ତ ଜାରି

ବ୍ରହ୍ମପୁର ,୦୫/୧୧/୨୦୨୧(ଓଡ଼ିଶା ସମାଚାର)- ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଶୁକ୍ରବାର ସକାଳେ ହତ୍ୟା କରାଯାଇଛି । ସୁକୁଣ୍ଡା ଜଗନ୍ନାଥ ମନ୍ଦିର ରାସ୍ତାରେ ପାଣି ଫ୍ୟାକ୍ଟ୍ରି ନିକଟରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଶରୀର ନିକଟରେ ଖଣ୍ଡା, ରାଜମିସ୍ତ୍ରୀ ଙ୍କ ଗଜ କାଠ, ଆଦି ପଡ଼ିଥିବା ଦେଖାଯାଏ । ଦୁର୍ବୃତମାନେ ରାଜମିସ୍ତ୍ରୀ ବେଶରେ ଆସିଥିଲେ । ସକାଳ ପନ୍ରାୟ ସାଢ଼େ ୮ ଟା ରେ ସେ ବ୍ରହ୍ମପୁରରୁ ନିଜ ସ୍କୁଟି ଯୋଗେ ଅନନ୍ତେଇ ଯାଉଥିବା ବେଳେ ତାଙ୍କୁ ରାସ୍ତାରେ ଅଟଳାଯାଇ ହତ୍ୟା କରାଯାଇଛି । ଖବରପାଇ ଟାଉନ ଏସଡିପିଓ, ବଡବଜାର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୂର୍ବରୁ ତାଙ୍କୁ ୩ ଥର ଆକ୍ରମଣ ହୋଇଥିଲା । ମୃତ ପ୍ରଦୀପଙ୍କ ନାଁ ରେ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ ଗତ ୨୦୧୨ ମସିହାର ଏକ ହତ୍ୟାକାଣ୍ଡରେ ଜଡ଼ିତ ଥିବା ଅଭିଯୋଗରେ ଜେଲ ରେ ଥିଲେ । ଗତ କିଛିଦିନ ତଳେ ସେ ବ୍ରହ୍ମପୁର ମଣ୍ଡଳ କାରାଗରରୁ ପାରୋଲରେ ଘରକୁ ଆସିଥିଲେ । ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ହତ୍ୟାକାଣ୍ଡକୁ ନେଇ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି  ଘାଟିରେ  ଟ୍ରକ୍ ଓ ବସ୍ ମୁହାମୁହିଁ ଧକ୍କା , ଦୁଇଜଣ ଗୁରୁତର ଆହତ

କଳାହାଣ୍ଡି , ୧୯/୦୮/୨୦୨୨(ଓଡ଼ିଶା ସମାଚାର / ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା  ଓ ନବରଙ୍ଗରପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ …

Leave a Reply

Your email address will not be published.