Monday , December 6 2021
Breaking News
Home / ରାଜନୀତି / ପାରାଦୀପ ପୌର ନିର୍ବାଚନ-ଶୈଳେନ୍ଦ୍ରୀ ହୋଇ ପାରନ୍ତି ବିଜେପିର ପୌରଧ୍ୟକ୍ଷା ପ୍ରାର୍ଥୀ !

ପାରାଦୀପ ପୌର ନିର୍ବାଚନ-ଶୈଳେନ୍ଦ୍ରୀ ହୋଇ ପାରନ୍ତି ବିଜେପିର ପୌରଧ୍ୟକ୍ଷା ପ୍ରାର୍ଥୀ !

ପାରାଦୀପ,୦୫/୧୧/୨୦୨୧(ଓଡ଼ିଶା ସମାଚାର)- ଆଗାମୀ ଦିନରେ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ପ୍ରସ୍ତୁତ ହେଉଛନ୍ତି । ରାଜ୍ୟର ଧନିକ ପୌରପାଳିକା ପାରାଦୀପ ପୌର ପାଳିକାର ଅଧ୍ୟକ୍ଷା ପ୍ରାଥୀ ଭାବେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇପାରନ୍ତି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ତଥା ଦେଶର ପ୍ରତିଷ୍ଠିତ ସମାଜସେବୀ ସଙ୍ଗଠନ ଏନ୍.ଓ.ସି.ଫାଉଣ୍ଡେସନ୍ ର ରାଜ୍ୟ ସଂଯୋଜିକା ଶୈଳେନ୍ଦ୍ରୀ ସେନାପତି । ପାରାଦୀପ ନିର୍ବାଚନ ମଣ୍ଡଳୀରେ ଲୁଣି ପାଣିରେ ପଦ୍ମ ଫୁଟାଇବାରେ ସକ୍ଷମ ହୋଇଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ୨୦୧୯ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ହୋଇଥିବା ସମ୍ପଦ ଚରଣ ସ୍ୱାଇଁ । ଦଳର ଦୂର୍ବଳସ୍ଥିତି ଥିବା ବେଳେ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ହୋଇଥିଲେ ସମ୍ପଦ । ତିନି ହଜାର ଦୁଇ ଶହରୁ ଭୋଟ ପ୍ରାୟ ପଇଁତିରିଶ ହଜାର ଭୋଟରେ ପହଂଚାଇବା ସମ୍ପଦଙ୍କର ବଡ ସଫଳତା କହିଲେ ଅତ୍ୟୁକ୍ତି ହେବନାହିଁ । ଦଳର ପାରାଦୀପ ମଣ୍ଡଳ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ଶୈଳେନ୍ଦ୍ରୀ ସେନାପତି କେବଳ ପାରାଦୀପ ପୌରାଂଚଳ ନୁହେଁ ସମଗ୍ର ନିର୍ବାଚନମଣ୍ଡଳୀ ବୁଲି ଦଳୀୟ ପ୍ରାର୍ଥୀ ସମ୍ପଦଙ୍କ ପାଇଁ ପ୍ରଚାର କରିଥିଲେ । ଦଳର ମହିଳା ସଙ୍ଗଠନର ସଭାନେତ୍ରୀ ଭାବେ ନିଜର ପରାକାଷ୍ଠା ଦେଖାଇ ଦଳୀୟ ନେତୃମଣ୍ଡଳୀଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଯାହା ଫଳରେ ଦଳ ଏବେ ତାଙ୍କୁ ଜିଲ୍ଲା ମହିଳା ମେର୍ଚ୍ଚାର ଉପସଭାନେତ୍ରୀ ଭାବେ ମନୋନୟନ କରିଛି । ରାଜ୍ୟ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ସହ ଅତି ଉତମ ସଂପର୍କ ସେ ଯୋଡି ପାରିଛନ୍ତି । ତାଙ୍କ ନେତୃତ୍ୱରେ ପାରାଦୀପର ମହିଳାଙ୍କୁ ସେ ଦଳରେ ସାମିଲ କରାଇଛନ୍ତି । ତାଙ୍କ ଉପରେ ଭରସା ରଖି ମହିଳାମାନେ ସ୍ୱାବଲମ୍ବୀ ହେବାର ଆଶା ରଖି ଦଳରେ ଯୋଗ ଦେଇଛନ୍ତି । ସବୁଠୁ ବଡ କଥା ହେଲା ଶୈଳେନ୍ଦ୍ରୀ କରୋନା ମହାମାରୀର ପ୍ରଥମ ଲହର ୨୦୨୦ ମସିହା ଓ ଦ୍ୱିତୀୟ ଲହର ୨୦୨୧ ମସିହାରେ ଦେଶର ପ୍ରତିଷ୍ଠିତ ସମାଜସେବୀ ସଙ୍ଗଠନ ଏନ୍.ଓ.ସି. ଫାଉଣ୍ଡେସନ୍ ର ରାଜ୍ୟ ସଂଯୋଜିକା ଭାବେ ପାରାଦୀପର ବିଭିନ୍ନ ବସ୍ତି ଅଂଚଳର ଲୋକମାନଙ୍କୁ ମାସ୍କ, ସାନିଟାଇଜର୍ ବାଂଟିବା ସହିତ ଅସହାୟ ଲୋକମାନଙ୍କୁ ଖାଦ୍ୟ ବଂଟନ କରିଥିଲେ । କରୋନା କଟକଣା ଯୋଗୁଁ ପାରଦୀପ ଅଂଚଳର ବିଭିନ୍ନ ଦେବାଦେବୀ ମନ୍ଦିର ବନ୍ଦ ଥିବା ବେଳେ ପୂଜକମାନଙ୍କ ରୋଜଗାର ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା । ଏହି ସମୟରେ ପୂଜକମାନଙ୍କୁ  ଏନ୍.ଓ.ସି.ଫାଉଣ୍ଡେସନ୍ ପକ୍ଷରୁ ମାସ୍କ, ସାନିଟାଇଜର, ହାତ ଧୂଆ ସାବୁନ୍ , ଖାଦ୍ୟ ପୁଡିଆ ବଂଟନ କରି ପ୍ରଶଂସିତ ହୋଇପାରିଛନ୍ତି । ସେ ଜଣେ ଉଚ୍ଚଶିକ୍ଷିତା ଓ ସମ୍ପୂର୍ଣ୍ଣ ଭାବେ ସମାଜସେବା ନିମନ୍ତେ ଉତ୍ସଗୀକୃତ ମନୋଭାବର ହୋଇଥିବାରୁ ପାରାଦୀପର ସବୁ ସ୍ଥାନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କର ଓଜସ୍ୱିନୀ ଭାଷଣ ସାଧାରଣ ଲୋକଙ୍କୁ କିଛି ସମୟ ଧରି ଠିଆ କରାଇ ପାରୁଥିବା ଦେଖିବାକୁ ମିଳେ । ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ସେ ସବୁବେଳେ ଆଗଭର ହେଉଥିବା ଦେଖିବାକୁ ମିଳେ । ଆଗାମୀ ପୌର ନିର୍ବାଚନରେ ଯଦି ଶୈଳେନ୍ଦ୍ରୀ ଅଧ୍ୟକ୍ଷା ପ୍ରାର୍ଥୀ ହୁଅନ୍ତି ତେବେ ନିଶ୍ଚିତ ଭାବେ ଦଳକୁ ସଫଳତା ମିଳିପାରେ ବୋଲି ସହରରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *