ପାରାଦୀପ,୦୫/୧୧/୨୦୨୧(ଓଡ଼ିଶା ସମାଚାର)- ପ୍ରତ୍ୟେକ ବର୍ଷ ନଭେମ୍ବର ୫ ତାରିଖକୁ ବିଶ୍ୱ ସୁନାମୀ ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରେ ପାରାଦୀପର ଷଣ୍ଢକୁଦ ଅଂଚଳରେ ସୁନାମୀ ସଚେତନା କର୍ମଶାଳା ଆୟୋଜିତ ହୋଇଥିଲା । ଜିଲ୍ଲା ପ୍ରଶାସନ, ପାରାଦୀପ ପୌର ପାଳିକା, ଓସଡମା ଓ ବ୍ଲକ ପ୍ରଶାସନ ମିଳିତ ଭାବେ ଏହି ଶିବିରର ଆୟୋଜନ କରିଥିଲେ । ସୁନାମୀ ସମୟରେ କିପରି ଭାବରେ ଜନସାଧାରଣଙ୍କୁ ସମ୍ବାବ୍ୟ ବିପଦରେ ଧନ, ଜୀବନ ରକ୍ଷା କରାଯାଇପାରିବ ସେ ନେଇ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ପ୍ରଶାସନ ତରଫରୁ ସୁନାମୀ ସଂପର୍କିତ ସତର୍କ ସୂଚନା ଆସିବା ପରେ ଏହା କୁ ଅବହେଳା ନକରି ଯଥାଶୀଘ୍ର କିପରି ସ୍ଥାନ ପରିତ୍ୟାଗ କରିବେ ଓ ନିଜ ଜୀବନ ସହିତ ନିଜର ଦରକାରୀ କାଗଜପତ୍ର ନେଇ ସୁରକ୍ଷିତ ସ୍ଥାନକୁ ଯାଇପାରିବେ ସେ ନେଇ ଓଡ୍ରାଫ ଟିମ୍ ମକ୍ ଡ୍ରିଲ୍ ପ୍ରଦର୍ଶନ କରିଥିଲା । ପାରାଦୀପର ସୁନାମୀ ପ୍ରବଣ ଅଂଚଳ ଭାବରେ ପାରାଦୀପର ଷଣ୍ଢକୁଦ ୟୁ.ପି.ସ୍କୁଲ୍ ଓ ନିକଟବର୍ତୀ ଚନକଣ ଗ୍ରାମରେ ଏହି ମକ୍ ଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା । ଓଡ଼ିଶା ସମାଚାର