Monday , November 29 2021
Breaking News
Home / ବିଶେଷ / ନୂଆପଡାରେ ଶ୍ୟାମାକାଳୀ ପୂଜା

ନୂଆପଡାରେ ଶ୍ୟାମାକାଳୀ ପୂଜା

 ଗରଦପୁର, ୦୫/୧୧/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା  ଅନ୍ତର୍ଗତ ନୂଆପଡା ବଜାର ଠାରେ ଗତ କାଲି ଠାରୁ ମା’ ଶ୍ୟମାକାଳୀ ପୂଜା ଆରମ୍ଭ ହୋଇଛି । କୋଭିଡ୍ କଟକଣା ମଧ୍ୟରେ ପୂଜା ମଣ୍ଡପରେ ମା’ ଶ୍ୟମାମଳୀଙ୍କର ୪ଫୁଟ୍ ଉଚ୍ଚତାର ମୃଣୟ ମୂର୍ତି ନିର୍ମାଣ କରାଯାଇ ଗତକାଲି ରାତ୍ରୀ ଠାରୁ ପୂଜା ଆରମ୍ଭ କରାଯାଇ ଆଜି ଭୋର ୫ଟାରେ ପୂଜା ଶେଷ ହୋଇଛି । ୪୮ବାର୍ଷିକ ଏହି ପୂଜା ଉତ୍ସବ ୫ ଦିନ ବ୍ୟାପି ଅନୁଷ୍ଠିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପୂଜା କମିଟ୍ ସଭାପତି ହେମନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି । ନୂଆପଡା ଗ୍ରାମବାସୀ ଓ ନୂଆପଡା ବଜାରରେ ଥିବା ‘ଚିତ୍ରୋତ୍ପଳା ବଣିକ ସଂଘ’ ପକ୍ଷରୁ ଏହି ପୂଜା ଉତ୍ସବ  ଅନୁଷ୍ଠିତ ହୋଇ ଆସୁଛି । ପୂଜା ମଣ୍ଡପ ରଙ୍ଗବେ-ରଙ୍ଗ ଆଲୋକମାଳାରେ ସୁ-ସଜ୍ଜିତ କରାଯାଇଛି । ଆଖପାଖ ଅଂଚଳରେ ମା’କାଳୀଙ୍କ ପୂଜା ନ ଥିବାବେଳେ, ଏହି ପୂଜା ଉତ୍ସବକୁ ଦେଖିବା ପାଇଁ ସ୍ଥାନୀୟ ମାର୍ଶାଘାଇ ଓ ଗରଦପୁର ବ୍ଳକ ଅଂଚଳରେ ସଂଲଗ୍ନ ଥିବା ଗ୍ରାମଗୁଡିକରୁ ଶ୍ରଦ୍ଧାଳୁମାନେ ଆସୁଥିବାର ଦେଖାଯାଇଛି । ଆସନ୍ତା ସୋମବାର ଦିନ ମା’ଙ୍କର ଭଷାଣ ଉତ୍ସବ ଅନୁଷ୍ଠିତ କରାଯିବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି ।  ସେହିପରି କୁଦାନଗରୀ ଠାରେ ଦକ୍ଷିଣ କାଳୀ ଙ୍କ ମନ୍ଦିରରେ ଯଥାବିଧି ମାଦକ୍ଷିଣ କାଳୀଙ୍କ ପୂଜାର୍ଚ୍ଚନା କରାଯାଉଛି । ୫ ଦିନ ବ୍ୟାପି ସରାଂସ୍କୃତିକକ କାର୍ଯ୍ୟକ୍ରମ ସହିତ ହୋମ, ଯଜ୍ଞ, ଘୃତାହୂତୀ କାର୍ଯ୍ୟକ୍ରମ ଆୟୋଜକମାନଙ୍କ ଦ୍ୱାରା ÷ଅନୁଷ୍ଠିତ ହେଉଛି ।  ଓଡ଼ିଶା ସମାଚାର

About admin

Check Also

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

ବାଲିଗୁଡା,୨୮/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା …

Leave a Reply

Your email address will not be published. Required fields are marked *