ରଘୁନାଥପୁର ୦୫/୧୧/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ତାରପୁର ଠାରେ ଥିବା ଜୟ କିଶାନ ମଲ୍ଟି ପର୍ପସ କୋ ଅପରେଟିଭ ସୋସାଇଟି ର ୧୧ତମ ପ୍ରତିଷ୍ଠା ଦିବସ କୋଭିଡ଼ ଗାଇଡ଼ ଲାଇନ୍ ଅନୁଯାୟୀ ପାଳନ କରାଯାଇଛି । ଶ୍ରୀଯୁକ୍ତ ଚଣ୍ଡିପ୍ରସାଦ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସମ୍ପାଦକ ନିମାଇଁ ଚରଣ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ରଘୁନାଥପୁର ଥାନାର ଆଇଆଇସି ଦେବେନ୍ଦ୍ର ମହାପାତ୍ର ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସୁକାନ୍ତ କୁମାର ପ୍ରଧାନ ଯୋଗଦେଇ ଉପସ୍ଥିତ ସମସ୍ତ ବ୍ୟକ୍ତି ମାନଙ୍କ ସହଯୋଗ ଓ ସହଭାଗୀ ହେବାକୁ ପରାର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ପ୍ରଶାସକ ରାଖାଲ ଚନ୍ଦ୍ର ସାମଲ ଯୋଗଦେଇ ଏହି ଅନୁଷ୍ଠାନକୁ ଜିଲାର ଏକ ସୁଦୃଢ଼ ÷ଅନୁଷ୍ଠାନ ରେ ଗଢ଼ି ତୋଳିବା ପାଇଁ ଉପସ୍ଥିତ ଭଦ୍ରବ୍ୟକ୍ତି ମାନଙ୍କୁ ପ୍ରେରଣା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଲଳିତ କୁମାର ବିଶ୍ୱାଳ, ଏସଆଇ ସିଏସ ପୁରୀ ଉପସ୍ଥିତ ହୋଇ ନିଜ ନିଜ ବକ୍ତବ୍ୟ ପ୍ରଦାନ ସହିତ ଅନୁଷ୍ଠାନର ପୁରାତନ ସଭ୍ୟ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରିଥିଲେ । ଅନୁଷ୍ଠାନର ପରାମର୍ଶଦାତା ସୁବାସ ଚନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ ସହିତ ନିଜର ମତ ରଖିଥିଲେ । ଉକ୍ତ ସଭାକୁ ଶାଖା ପରିଚାଳକ ନାରାୟଣ ଚନ୍ଦ୍ର ଗିରୀ ପରିଚାଳନା କରିଥିଲେ । ଲକ୍ଷ୍ମଣ କୁମାର ଦାଶ,ମନୋଜ କୁମାର ସ୍ୱାଇଁ, ଜତିନ୍ଦ୍ର ପ୍ରଧାନ,ବଳରାମ ସେଠୀ,ସସ୍ମିତା ମହାନ୍ତି,ପ୍ରିୟଦର୍ଶିନୀ ନାୟକ,ଶୋଭନମ ରଂଜନ ବିଶ୍ୱାଳ, ସୁବୋଧ ବାରିକ ସହଯୋଗ କରିଥିଲେ । ନୃସିଂହ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର