Tuesday , August 9 2022
Breaking News
Home / ବିଶେଷ / ଗିରି ଗୋବର୍ଦ୍ଧନ ପୂଜା 

ଗିରି ଗୋବର୍ଦ୍ଧନ ପୂଜା 

ଗରଦପୁର, ୦୫/୧୧/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ସ୍ଥିତ ଶ୍ରୀ କହ୍ନେଇଲାଲ ଜୀଉଙ୍କର ଆଜି ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ ଅନୁଷ୍ଟିତ ହେଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ବାର୍ଷିକ ପୂଜା ଉତ୍ସବରେ ପ୍ରଭୁ ଶ୍ରୀକହ୍ନେଇଲାଲ ଜୀଉଙ୍କୁ ଗିରି ଗୋବର୍ଦ୍ଧନ ବେଶରେ ସୁ-ସଜ୍ଜିତ କରାଯାଇଛି । ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଆଭୁଷଣ କରାଯାଇଛି । ଯାଜ୍ଞିକ ବ୍ରାହ୍ମଣମାନଙ୍କ ଦ୍ୱାରା ଆଜି ସକାଳ ସମୟରେ ମନ୍ଦିରରେ ଥିବା ଅନନ୍ତଶୟନଙ୍କ ଉଦ୍ଧେଶ୍ୟରେ ହୋମ ଯଜ୍ଞ,ପୂଜା ପାଠ କରାଯିବା ପରେ ସନ୍ଧ୍ୟାରେ ଶ୍ରୀକହ୍ନେଇଲାଲ ଜୀଉଙ୍କର ହୋମ ଯଜ୍ଞ ଅନୁଷ୍ଟିତ ହୋଇଯାଇଛି । ପରମ୍ପରା ଅନୁସାରେ ପୂଜା ଉତ୍ସବ କରାଯାଉଥିବାବେଳେ, କୋଭିଡ୍ କଟକଣା ଯୋଗୁଁ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଯୋଗ ଦେଇଥିବାର ଦେଖାଯାଇଛି । ସନ୍ଧ୍ୟାରେ ସଂକିର୍ତନ ମଣ୍ଡଳୀ ଦ୍ୱାରା ଭଜନ,କିର୍ତନ ପରିବେଶଣ କରାଯାଇଛି ।  ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପାଟକୁରା ଗ୍ରାମ ସହିତ ସ୍ଥାନୀୟ ଜନସାଧାରଣ  ସାମିଲ ହୋଇଛନ୍ତି । ସେହିପରି ଜୟତଳଙ୍ଗ ଶ୍ରୀ ଶ୍ରୀ ରାଧାମାଧବ ଜୀଉ ଙ୍କ ମନ୍ଦିରରେ  ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇ ଯାଇଛି । କୋଭିଡ଼କଟକଣା ଯୋଗୁ କେବଳ ରୀତିନୀତିରେ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.