Friday , September 29 2023
Breaking News
Home / ଶିକ୍ଷା / ଗଞ୍ଜମ ବ୍ଲକରେ ଆରମ୍ଭ ହେଲା ପ୍ରଶିକ୍ଷଣ ଶିବିର

ଗଞ୍ଜମ ବ୍ଲକରେ ଆରମ୍ଭ ହେଲା ପ୍ରଶିକ୍ଷଣ ଶିବିର

ଗଂଜାମ, ୦୫/୧୧/୨୦୨୧(ଓଡ଼ିଶା ସମାଚାର)- ମହାମାରୀ କରୋନା ଶିକ୍ଷା ବ୍ୟବସ୍ଥା କୁ ଦୋହଲାଇ ଦେଇଥିବା ବେଳେ ପ୍ରାଥମିକ ସ୍ତରରେ ପ୍ରଥମ ରୁ ତୃତୀୟ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ଛାତ୍ର ଛାତ୍ରୀ ଏଥିରେ ବେଶୀ ପ୍ରଭାବିତ ହୋଇଛନ୍ତି । ସୂଚନା ଥାଉକି ସେମାନେ ବିଦ୍ୟାଳୟ ର ଦୁଆର ମାଡି ନ ଥିବା ବେଳେ ଅନଲାଇନ ଶିକ୍ଷା ଦ୍ୱାରା ମଧ୍ୟ ବିଶେଷ ଉପକୃତ ହୋଇ ପାରିନାହାନ୍ତି । ତେଣୁ ଏହି ସ୍ତରର ଶିକ୍ଷାର୍ଥୀ ମାନଙ୍କୁ ନିଜ ଘର ପାଖରେ ଶିକ୍ଷା ଦେବା ପାଇଁ ଭାରତୀୟ ଜ୍ଞାନ ବିଜ୍ଞାନ ସମିତି ଏବଂ ମୋ ସ୍କୁଲ ର ମିଳିତ ଉଦ୍ୟମ ରେ ପ୍ରାରମ୍ଭ ନାମରେ ଏକ ଅଭିନ ପ୍ରୟାସ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଗ୍ରାମର ସ୍ୱେଛାସେବୀ ମାନେ ପିଲାଙ୍କୁ ଘର ପାଖରେ ପ୍ରାରମ୍ଭ ଶିକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ର ସ୍ୱେଛାସେବୀ ପ୍ରଶିକ୍ଷଣ ପାଇଁ ହୁମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ଦିବସୟ ପ୍ରାରମ୍ଭ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ଶିବିରରେ ହୁମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରେଣୁ ପ୍ରଭା ଦେବୀ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ ସନ୍ତୋଷପୁର କ୍ଲଷ୍ଟର ସଂଯୋଜକ ଶ୍ରୀ ଶରତ ଚନ୍ଦ୍ର ବେହେରା,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଛତ୍ରପୁର ବ୍ଲକ ଚମାଖଣ୍ଡି କ୍ଲଷ୍ଟର ସଂଯୋଜକ ଶ୍ରୀ ଗୌରୀ ଶଙ୍କର ଶତପଥି, ବୋରିଗାଁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଶ୍ରୀ ଲଡ଼ୁ କିଶୋର ମୁଦୁଲି ସମ୍ବଳ ଶିକ୍ଷକ ଭାବେ ଯୋଗଦେଇ ଉପସ୍ଥିତ ଗଞ୍ଜାମ ବ୍ଲକ ର ୧୧ ଜଣ ସ୍ୱେଛାସେବୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ହୁମ୍ମା ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦାମୋଦର ପଣ୍ଡା ପରି ଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା ଶ୍ରୀମତୀ ବିନୋଦିନୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *