Wednesday , December 1 2021
Breaking News
Home / ବିଶେଷ / କେନ୍ଦ୍ରାପଡା ବ୍ଲକ ପରିସରରେ ଆଲୋକୀକରଣ ବ୍ୟବସ୍ଥା ଉଦଘାଟିତ

କେନ୍ଦ୍ରାପଡା ବ୍ଲକ ପରିସରରେ ଆଲୋକୀକରଣ ବ୍ୟବସ୍ଥା ଉଦଘାଟିତ

କେନ୍ଦ୍ରାପଡା ୦୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ଆଲୋକୀକରଣ ବ୍ୟବସ୍ଥା ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଲୋକୀକରଣ ବ୍ୟବସ୍ଥାକୁ ଉଦଘାଟନ କରିଥିଲେ । ଏକ ଲକ୍ଷ ୩୦ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ହାଇମାକ୍ସ ଲାଇଟ ଲଗାଯାଇ ପରିସରକୁ ଆଲୋକୀକରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ମଣ୍ଡଳ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ଦାସ, ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା, ଗାୟତ୍ରୀ ମହାନ୍ତି, ଜୀନତପ୍ରିୟଦର୍ଶିନୀ ରାଉତ, ପିତବାସ ବେହେରା, ଧରଣୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *