କଟକ ସଦର, ୦୫/୧୧/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ଵେହେରା): ଆବଶ୍ୟକତା ଦୃଷ୍ଟିରୁ କଟକ- ନୂଆଗାଁ ୫୫ ନମ୍ଵର ଜାତୀୟ ରାଜପଥର କଟକ- ପାରାଦୀପ ରେଳପଥ ସିପି ୯ ରେ ଏକ ଓଭର ଵ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନ ଧରି ଦାଵି ହୋଇ ଆସୁଥିବା ବେଳେ ଏ ସଂପର୍କରେ ଉତ୍କଳ ଵିକାଶ ପରିଷଦ ସଦର ଶାଖା ପକ୍ଷରୁ ଏକ ଦାଵି ପତ୍ର ରେଳ ବିଭାଗ କୁ ପ୍ରଦାନ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଭୂଵନେଶ୍ୱର ଚନ୍ଦ୍ରଶେଖର ପୁର ଠାରେ ଥିଵା ରେଳ ସଦନ ମୂଖ୍ୟ ଦପ୍ତର ପକ୍ଷରୁ ପରିଷଦର ସଭାପତି ଇଂ ପ୍ରକାଶ ସେଠୀଙ୍କୁ ଚିଠି ଦ୍ବାରା ଜଣାଇ ଦିଆଯାଇଛି ଯେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଭରଵ୍ରିଜ ନିର୍ମାଣ ପାଇଁ ସଵୁ କାର୍ଯ୍ୟ ସମାପ୍ତ ହୋଇ ଓଡିଶା ଜାତୀୟ ରାଜପଥ ମୂଖ୍ୟ ଯନ୍ତ୍ରୀଙ୍କ ନିକଟକୁ ଡିପିଆର ମଞ୍ଜୁରି ନିମନ୍ତେ ଗତ ସେପ୍ଟେମ୍ବର ୯ ରେ ପଠାଯାଇଛି।ଏହି ମଞ୍ଜୁରି ମିଳିଲେ ଓଭରଵ୍ରିଜ କାମ ତୁରନ୍ତ ଆରମ୍ଭ କରାଯିଵ ଵୋଲି ଚିଠିରୁ ସ୍ପଷ୍ଟ ହୋଇଛି। ଅନ୍ୟପଟେ ଏହି ମଞ୍ଜୁରି ପାଇଁ ଏକ ବୈଷୟିକ ଟିମ୍ ବିଚାର ବିମର୍ଶ କରି ତୁରନ୍ତ ନିଷ୍ପତ୍ତି ନେଵାକୁ ଯାଉଛନ୍ତି ଵୋଲି ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ପରିଷଦର ଓ ସଭାପତି ଇଂ ସେଠୀଙ୍କ ଉଦ୍ୟମକୁ ସଵୁ ମହଲରେ ପ୍ରଶଂସା କରାଯାଇଛି। ଓଡ଼ିଶା ସମାଚାର
