Sunday , December 5 2021
Home / ବିଶେଷ / ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଙ୍କ ଶପଥ ଗ୍ରହଣ

ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଙ୍କ ଶପଥ ଗ୍ରହଣ

କଟକ ୦୫/୧୧/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଜଷ୍ଟିସ ମହାପାତ୍ରଙ୍କୁ ଶପଥ ପାଠ କରାଇଥିଲେ।
ଏହି ଉପଲକ୍ଷେ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ପାଠ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ଆଡଭୋକେଟ ଜେନେରାଲ, ହାଇକୋର୍ଟ ବାର ଆସୋସିଏସନ କର୍ମକର୍ତ୍ତା ପୋଲିସ ଡିଜି, ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ହେଉଛନ୍ତି କଟକ ସୂତାହାଟ ବାସିନ୍ଦା । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଶପଥ ଗ୍ରହଣ କରିବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୮ରେ ପହଞ୍ଚିଛି। ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ାରେ ଜୱାଦ ବାତ୍ୟା ପାଇଁ ୪୮୨ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ପଶ୍ଚିମ କେନ୍ଦ୍ରୀୟ ବେଙ୍ଗାପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା …

Leave a Reply

Your email address will not be published. Required fields are marked *