ଭଦ୍ରକ, ୦୫/୧୧/୨୦୨୧(ଓଡ଼ିଶା ସମାଚାର)- ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ବନ୍ତ ବ୍ଲକ ଅଂଚଳରେ ଆଜାଦୀ କୀ ଅମୃତ ମହୋତ୍ସବ ପାଳିତ ହୋଇଯାଇଛିା ଦୀର୍ଘ ୧୫ଦିନ ଧରି ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ରାସ୍ତାର ଦୁଇ ପାଶ୍ୱର୍ ଅଳିଆ ଆବର୍ଜନା ସଫା କରିବା ସହ ଲଟା ବୁଦାକୁ ସଫା କରାଯାଇଥିଲା । ଡିଭିଜନର ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଖଟୁଆଙ୍କ ନିର୍ଦ୍ଧେଶ କ୍ରମେ ବନ୍ତ ବ୍ଲକର କନିଷ୍ଠ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରମିକଙ୍କୁ ନିୟୋଜିତ କରି ରାସ୍ତାର ଦୁଇ ପାଶ୍ୱର୍ ସମତୁଲ କରିଥିଲେ । ଏଲ-୪୬ଠାରୁ ରତନପୁର ପର୍ଯ୍ୟନ୍ତ ସଫେଇ କରାଯାଇଥିଲା । ରାସ୍ତା ସଫେଇରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
