Sunday , December 5 2021
Home / ସ୍ୱାସ୍ଥ୍ୟ / ରାଷ୍ଟ୍ରୀୟ ଆର୍ୟୁବେଦ ଦିବସ ପାଳିତ

ରାଷ୍ଟ୍ରୀୟ ଆର୍ୟୁବେଦ ଦିବସ ପାଳିତ

ପାରାଦୀପ,୦୪/୧୧/୨୦୨୧(ଓଡ଼ିଶା ସମାଚାର)- ବୁଧବାର ଦିନ ସୁନାମଧନ୍ୟ ଆର୍ୟୁବେଦ ସଂଗଠନ ଦିଶା ଆର୍ୟୁବେଦ ସଂସ୍ଥା ପକ୍ଷରୁ ରାଷ୍ଟ୍ରୀୟ ଆର୍ୟୁବେଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ରନ୍ ଫର୍ ଆର୍ୟୁବେଦ ଗଣଦୌଡ ଆୟୋଜିତ ହୋଇଥିଲା । ପାରାଦୀପ ଥାନା ଛକରୁ ସମୁଦ୍ର ବେଳାଭୂମି ପର୍ଯ୍ୟନ୍ତ ଏହି ଗଣଦୌଡ ଆୟୋଜିତ ହୋଇଥିଲା । ଥାନା ଛକ ଠାରେ ପାରାଦୀପ ବନ୍ଦରର ମୁଖ୍ୟଅର୍ଥ ପରାମର୍ଶଦାତା ଡି.ଏନ୍.ସୋନ୍ଧି, ବନ୍ଦର ସଂପଦ ଅଧିକାରୀ ବିଶ୍ୱଜିତ ମିଶ୍ର, ନାଟ୍ୟପ୍ରତିଭା ମଳୟ ରାଉତ, ଗୋପବନ୍ଧୁ କ୍ରୀଡା ସଂସଦର ସମ୍ପାଦକ ରଂଜନରଶ୍ମୀ ବେଉରା, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମନୋଜ ରଂଜନ ସେଠୀ ପତାକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ । ଅପରାହ୍ନରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିସରରେ ଏକ ଆଲୋଚନା ସଭା ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ପାରଦୀପର ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧିର, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ଡା.କୁଳମଣି ସାମଲ, ପୂର୍ବତନ ନଗରପାଳ ବସନ୍ତ ବିଶ୍ୱାଳ, ପିପିଏଲ୍ର ସି.ଓ.ଓ. ରଂଜିତ ସିଂ ଚୁଗ୍, ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ମନେଜ ରଂଜନ ସେଠୀ ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଦିଶା ଆର୍ୟୁବେଦ ସଂସ୍ଥାର ପରିଚାଳନା ନିର୍ଦ୍ଧେଶକ ଡା.ଦେବଦ ସାମନ୍ତରାୟ । ପୌରହିତ୍ୟ କରିଥିଲେ ନାଟ୍ୟପ୍ରତିଭା ମଳୟ ରାଉତ, ଧନ୍ୟବାଦ ଅର୍ପଣ କରିଥିଲେ ସଂଜୟ କୁମାର ସୂତାର । ଓଡିଶାର ବିଭିନ୍ନ ସ୍ଥାନରୁ ଆସିଥିବା ସହଯୋଗୀ ସଂସ୍ଥାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପାରାଦୀପ ଅଂଚଳର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ବିଶ୍ୱ ଏଡସ୍ ଦିବସ ପାଳିତ 

କେନ୍ଦ୍ରାପଡ଼ା, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଓଡିଶା ଏଡସ୍ ନିୟନ୍ତ୍ରଣ ସମିତି ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡସ୍ ଦିବସ …

Leave a Reply

Your email address will not be published. Required fields are marked *