ବ୍ରହ୍ମପୁର ,୦୪/୧୧/୨୦୨୧(ଓଡ଼ିଶା ସମାଚାର)-ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଆଲୋକର ପର୍ବ ଦିପାବଳୀ ସାରା ଦେଶରେ ପାଳନ କରାଯାଉଛି । ଏହି ପର୍ବରେ ଲୋକ ନିଜ ଘରକୁ ଆଲୋକମାଳାରେ ସଜେଇ ରଖନ୍ତି । ଦୀପ ଜଳାଇ ପିତୃ ପୁରୁଷ ଓ ଦେବାଦେବୀଙ୍କୁ ସମ୍ବୋଧନ କରନ୍ତି । ଏହି ପର୍ବର ଆଉ ଏକ ବିଶେଷତ୍ୱ ହେଲା ଲୋକେ ବିଭିନ୍ନ ପ୍ରକାରର ବାଣ ଫୁଟାଇଥାନ୍ତି । ବାଣ ଫୁଟିବା ଦ୍ୱାରା ଶବ୍ଦ ପ୍ରଦ୍ୟୁଷଣ ହୁଏ ଏବଂ ଏହି କାରଣ ଯୋଗୁଁ ବାୟୁମଣ୍ଡଳ ବହୁତ ଦୁଷିତ ହୋଇଥାଏ । ଏହା ଯୋଗୁଁ ପ୍ରତି ବର୍ଷ ବହୁତ ଲୋକ ଏବଂ ଶିଶୁ ଶାରିରୀକ ଭାବେ ଆଘାତ ପାନ୍ତି । ବହୁତ କୀଟ ପତଙ୍ଗ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ମଧ୍ୟ ଆଘାତ ପାନ୍ତି । ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଓଡିଶା ସରକାର ସାରା ରାଜ୍ୟ ଦିପାବଳୀରେ ବାଣ ବିକ୍ରୀ ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, କାରଣ ବାଣ ଫୁଟାଇବା ଦ୍ୱାରା ପରିବେଶ ଅଧିକ ପ୍ରଦ୍ୟୁଷଣ ହେବ । ବସ୍ତିର କିଶୋର / କିଶୋରୀ ଓ ଶିଶୁ କ୍ଲବ ତରଫରୁ ବିଭିନ୍ନ ବସ୍ତିରେ ଶିଶୁ, କିଶୋର, କିଶୋରୀ ମାନଙ୍କୁ ନେଇ ନିରାପଦ ଓ ସୁସ୍ଥ ଦିପାବଳୀ ପାଳନ କରାଯାଇଛି ।
ଏହି ଅବସରରେ କିଶୋର-କିଶୋରୀ ଓ ଶିଶୁ କ୍ଲବର ସଦସ୍ୟ ସଦସ୍ୟା ରେଙ୍ଗାଲୀ ଓ ଦୀପ ପ୍ରଜ୍ୂଳନ କରି ବିଭିନ୍ନ ବସ୍ତିରେ ଯଥା ଆଇନାବନ୍ଧ ଓ ଧୋବାବନ୍ଧହୁଡା ଠାରେ ନିରାପଦ ଦିପାବଳୀ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମର କିଶୋର କିଶୋରୀ କ୍ଲବର ପୂଜା ଦାସ, ଲିପସା ଦାସ ଓ ଶୁଭଦ୍ରା ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ୟୁଥ ଫର ସୋସିଆଲ ଡେଭଲପମେଂଟଟ ତରଫରୁ ସ୍ମୃତି କୁମାରି ସାହୁ, ମଧୁସ୍ମିତା ପାତ୍ର, ଅନିତା ପାତ୍ର ଓ ମହିମା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର