Friday , September 22 2023
Breaking News
Home / ତାଜା ଖବର / ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର ଆହତ – ଘର ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି

ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର ଆହତ – ଘର ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି

କେନ୍ଦ୍ରାପଡା,୦୪/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦରଥାନା ଜୁଇଦାସପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଉଛନ୍ତି ବାଣ କାରିଗର କୃଷ୍ଣଚନ୍ଦ୍ର ନାୟକ । ବାଣ ତିଆରି କରୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା । ଫଳରେ ତାଙ୍କର ଚାଳ ଛପର ଘର ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ସେଥିରେ ପୋଡି ହୋଇ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।   ପ୍ରଚଣ୍ଡ ଶବ୍ଦରେ ଲୋକେ ଭିତତ୍ରସ୍ତ ହୋଇପଡିଛନ୍ତି । ଗୁରୁତର ଆହତ ଗ୍ରାହକ ଜଣକ ହେଉଛନ୍ତି ଲିତା ବରାଳ । ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ସଦରଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ବାଣ ବିକ୍ରୟକୁ ନିଷିଦ୍ଧ କରାଯାଇଥିବା ବେଳେ କୃଷ୍ଣଚନ୍ଦ୍ର ଚୋରାରେ ବାଣ ବିକ୍ରୟ କରିବାକୁ ଉଚ୍ଚ ଶକ୍ତି ସମ୍ପନ୍ନ ବାଣ ତିଆରି କରୁଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *