ଗରଦପୁର,୦୪/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ଅଂଚଳର ସର୍ବ ପୁରାତନ ଫଜଲ ହକ୍ ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୯୬୬ ମସିହା ବ୍ୟାଚ ପୁରାତନ ଛାତ୍ର ମାନଙ୍କର ୭ମ ପର୍ଯ୍ୟାୟ ବନ୍ଧୁମିଳନ ନାମାଚାର୍ଯ୍ୟ ବାୟା ବାବାଙ୍କ ସାଧନା ପିଠ ଜୟତଳଙ୍ଗ ମାଳ ମଠ ରେ ଅନୁଷ୍ଠିତ ହୋଇଯାଇଛି । ବାର୍ଦ୍ଧକ୍ୟ ବୟସରେ ସମସ୍ତ ବନ୍ଧୁ ମାନଙ୍କ ମନରେ ଏକ ପ୍ରକାର ଆନନ୍ଦ ଉଲ୍ଲାସ ଦେଖା ଦେଇଥିଲା । ଦୀର୍ଘ ବର୍ଷ ପରେ ନିଜର ପୁରାତନ ବନ୍ଧୁ ମାନଙ୍କୁ ପାଖରେ ପାଇ ସମସ୍ତେ ନିଜ ନିଜର ସୁଖଦୁଃଖ ର ଅନୁଭୂତି ନିଜ ନିଜ ମଧ୍ୟରେ ବାଂଟିବା ସହିତ ଛାତ୍ର ଜୀବନର ସ୍ମୃତି ଚାରଣ କରି ନିଜ ନିଜ ମଧ୍ୟରେ ଭାବର ଆଦାନପ୍ରଦାନ କରିଥିଲେ । ପରିଣତ ବୟସରେ ସାଥି ଲେଖକ ଶ୍ରୀ ମଦନ ମୋହନ ମଲ୍ଲଙ୍କର ‘ଜୀବୀନଯାତ୍ରା’ ଓ ‘ସ୍ମୃତି ଆସିଛି ଫେରି ’ଲେଖାଟି ସମସ୍ତଙ୍କର ମନକୁ ଛୁଇଁ ପାରିଥିଲା । ନାମାଚାର୍ଯ୍ୟ ବାୟା ବାବା ଓ ମାଳ ମଠ ସହ ତାଙ୍କର ସମ୍ପର୍କ ଓ ତାଙ୍କର ଅଧ୍ୟାତ୍ମିକ ଜୀବନଶୈଳୀ ବିଷୟରେ ଶ୍ରୀ ନିରୋଦ କୁମାର ମହାନ୍ତି ଆଲୋକପାତ କରିଥିଲେ । ଦୀର୍ଘ ୫୫ ବର୍ଷ ତଳର ସ୍କୁଲ ଜୀବନ ଏବଂ ଶିକ୍ଷକ ମାନଙ୍କ ପାଠପଢାକୁ ନେଇ ଶାସନ ଛାତ୍ର ମାନଙ୍କ ମଧ୍ୟରେ ଶୃଙ୍ଖଳା ଇତ୍ୟାଦି ଅନେକ ପୂର୍ବ କଥା ଗୁଡିକ ମନେ ପକାଇ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ରଖି ଆନନ୍ଦ ଅନୁଭବ କରିଥିଲେ । ଶ୍ରୀ ଗଜେନ୍ଦ୍ର ନାଥ କର ବନ୍ଧୁତ୍ୱ ଶବ୍ଦକୁ ସୁନ୍ଦର ଭାବରେ ପରିପ୍ରକାଶ କରି ଏକ ମନମୁଗ୍ଧକର ପରିବେଶ ସୃଷ୍ଟି କରିଥିଲେ । ଶ୍ରୀ ସୁଧାଂଶୁ ଶେଖର ସିଂ ହୃଦୟ ଭିତରେ ଥିବା ଭଗବାନଙ୍କର ଅସ୍ତିତ୍ୱକୁ ଏକ ପ୍ରାଣ ସଂଚାର ରୂପ ଦେଇ ତାହାକୁ ପ୍ରମଣିତ କରିଥିଲେ । ନାମାଚାର୍ଯ୍ୟ ବାୟାବାବା ଙ୍କ ବାଣୀ ‘ନାମ ଅଟଇ ମହାବଳ, ସେ ବଳେ ଜିଣ ଭୂମଣ୍ଡଳ’ ରେ ଉଦବୁଦ୍ଧ ହୋଇ ଶେଷରେ ସମସ୍ତେ ନାମ ସଂକୀର୍ତନ କରଥିଲେ । ଆଡଭୋକେଟ ହୃଦୟ ନିଧି ମହାନ୍ତି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଶେଷରେ ସମସ୍ତେ ପ୍ରସାଦସେବନ କରି ଘରକୁ ଫେରିଥିଲେ । ଓଡ଼ିଶା ସମାଚାର
