Monday , September 25 2023
Breaking News
Home / ତାଜା ଖବର / ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ରେ ଯୁବକ ମୃତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ରେ ଯୁବକ ମୃତ

ବାଲେଶ୍ୱର, ୦୪/୧୧/୨୦୨୧(ଓଡ଼ିଶା ସମାଚାର)-ବାଲେଶ୍ୱର ସଦର ଥାନା କୁରୁଡ଼ା ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ବିନୋଦ ବିହାର ଦାସ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିନୋଦଙ୍କୁ ଗୁଳିମାଡ଼ ସହ ଭୁଜାଲିରେ ଆକ୍ରମଣ ହୋବା ଯୋଗୁ ଏହି ଆକ୍ରମଣରେ ବିନୋଦ ବିହାର ଦାସ ନାମକ ଯୁବକ ଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ଘର ଶାସନ ଗ୍ରାମ ପଞ୍ଚାୟତ ଜଗନ୍ନାଥ ପାଟଣାର ବୋଲି ଜଣାପଡିଛି । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *