Tuesday , December 7 2021
Breaking News
Home / ବିଶେଷ / ଧର୍ମପରାୟଣା ମହିଳାଙ୍କ ଚତୁର୍ଦ୍ଧଶୀ ମେଳା ସମ୍ପନ

ଧର୍ମପରାୟଣା ମହିଳାଙ୍କ ଚତୁର୍ଦ୍ଧଶୀ ମେଳା ସମ୍ପନ

ପାରାଦୀପ,୦୪/୧୧/୨୦୨୧(ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ତଥା ଜଗତସିଂହପୁର ଜିଲା ପାରାଦୀପ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବେରୀର ବିଶିଷ୍ଟ ଧର୍ମପରାୟଣା ମହିଳା ସ୍ୱର୍ଗତା ଭବାନୀ ଦାସଙ୍କ ଆତ୍ମାର ସଦଗତି ନିମନ୍ତେ ଚତୁର୍ଦ୍ଧଶୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅରିଲୋ ଶିଶୁ ଅନନ୍ତ ଆଶ୍ରମ ଓ ପତିତପାବନ ମଠର ସାଧୁମାନେ ଭାଗବତ ଓ ଗୀତା ପାଠ କରିଥିଲେ । ସ୍ଥାନୀୟ ଅଂଚଳର କିର୍ତନୀଆ ମାନେ ନାମ ସଂକୀର୍ତନ କରିଥିଲେ । ପ୍ରକାଶଯୋଗ୍ୟ ଭବାନୀ ଦେବୀ ଦୀର୍ଘ ୨୭ବର୍ଷ ଧରି ଆମ୍ବେରୀ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରିବା ସହିତ ଏରଗାରୀ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ । ଜଣେ ଛାତ୍ରବତ୍ସଳ ଶିକ୍ଷୟତ୍ରୀ ଭାବେ ସେ ସଂପୃକ୍ତ ଅଂଚଳରେ ବେଶ୍ ପରିଚିତ ଥିଲେ । ଗତ ମାସ ୧୯ ତାରିଖରେ ଭୁବନେଶ୍ୱରରେ ନିଜ ପରିବାର ସଦସ୍ୟଙ୍କ ଗହଣରେ ଥିବା ସମୟରେ ତାଙ୍କର ୭୫ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଥିଲା । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ୫୯ ତମ ଗୃହରକ୍ଷୀ ଦିବସ ପାଳିତ

କଳାହାଣ୍ଡି ୦୬/୧୨/୨୦୨୧(ଓଡ଼ିଶା ସମାଚାର/ସଂଜୟ ସିଂହ)-ଆଜି କଳାହାଣ୍ଡି ଜିଲ୍ଲା ପୋଲିସ ତରଫରୁ ଗୃହରକ୍ଷୀ ଦିବସ ପାଳତ ହୋଇ ଯାଇଛି । ଏହି …

Leave a Reply

Your email address will not be published. Required fields are marked *