ଭୁବନେଶ୍ୱର,୦୪/୧୧/୨୦୨୧(ଓଡ଼ିଶା ସମାଚାର)- ଗତ ନଭେମ୍ବର ପହିଲା ଦିନ ଭୁବନେଶ୍ୱର ଉପକଂଠ ଶୈଳଶ୍ରୀବିହାର ଭିଆଇଏମ୍ କଲୋନିରେ ରହୁଥିବା ଅବସରପ୍ରାପ୍ତ ପ୍ରଫେସର ସୁରେଶ ମିଶ୍ରା ଘରେ ନଥିବା ବେଳେ ହଠାତ୍ ରୂପେଶ ମ୍ୟାକ୍ସି ପିନ୍ଧି ତାଙ୍କ ଘରେ ପଶିଥିଲା । ମୁଣ୍ଡରେ ହେଲମେଟ୍ ଥିବାରୁ ପ୍ରଫେସର ମିଶ୍ରାଙ୍କ ସ୍ତ୍ରୀ ଓ ଝିଅ ରୂପେଶକୁ ଚିହ୍ନି ପାରିନଥିଲେ । ସେମାନେ କବାଟ ଖୋଲିବା ମାତ୍ରେ ରୂପେଶ ଏକ ଖେଳଣା ବନ୍ଧୁକ ଓ ଛୁରି ଦେଖାଇ ମା’ ଝିଅଙ୍କୁ ରଶିରେ ବାନ୍ଧିବାକୁ ଉଦ୍ୟମ କରିଥିଲା । ବନ୍ଧୁକ ରୁ ଗୁଳି ଫୁଟାହଇଥିଲେ । ମାତ୍ର ତାହା ଖେଳଣା ବନ୍ଧୁକ ଥିବା ଜାଣି ସାହସ ଜୁଟାଇ ମା’, ଝିଅ ରୂପେଶକୁ ପାଲଟା ଆକ୍ରମଣ କରିଥିଲେ। ଧସ୍ତାଧସ୍ତିରେ ଉଭୟ ପକ୍ଷ ଆହତ ହୋଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଯିବା ପରେ ମ୍ୟାକ୍ସି ପିନ୍ଧା ଲୋକଟି ପଡ଼ୋସୀ ରୂପେଶ ବୋଲି ଜଣା ପଡ଼ିଥିଲା । ସେ ଲୁଟ୍ କରିବାକୁ ଯୋଜନା କରି ଏଭଳି କରିଥିବା ଜଣାପଡ଼ିଛି ।
ପୂରା ଘଟଣାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇଜଣ ହେଲେ ବୈଦୁତିକ ଗଣମାଧ୍ୟମରେ କାମ କରୁଥିବା ରୂପେଶ ପଣ୍ଡା ଓ ସଞ୍ଜୟ ପଣ୍ଡା । ୨ ଅଭିଯୁକ୍ତ ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଘର ଋଣରେ ଥିବାରୁ ଲୁଟ୍ ଉଦ୍ୟମ କରିଥିଲେ । ଛୁରୀ, ଖେଳନା ବନ୍ଧୁକ, ପ୍ଲାଷ୍ଟିକ୍ ଦଉଡି ସବୁ ଜବତ କରାଯାଇଛି । ଚିହ୍ନା ନପଡିବା ପାଇଁ ଝିଅ ବେଶ ରେ ଘରେ ପସିଥିଲେ । ନୟାପଲ୍ଲୀ ଥାନା ଅଞ୍ଚଳରୁ ସଞ୍ଜୟକୁ ଗିରଫ କରାଯାଇଥିଲା । ଦୁଇ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ରୂପେଶ ସୁସ୍ଥ ହୋଇଥିବା ହସ୍ପିଟାଲ ପକ୍ଷରୁ ପୁଲିସକୁ ସୂଚନା ଦିଆଯିବା ପରେ ଏହି ମାମଲାର ତଦନ୍ତ କରୁଥିବା ଟିମ୍ ରୂପେଶକୁ ହସ୍ପିଟାଲରୁ ସିଧା ଥାନାକୁ ନେଇଥିଲା । ଓଡ଼ିଶା ସମାଚାର
