Tuesday , August 16 2022
Breaking News
Home / ବିଶେଷ / କେନ୍ଦ୍ର ସରକାରଙ୍କ ମେଜର ପୋର୍ଟ ଅଥରିଟି ଆଇନକୁ ପୋର୍ଟ କର୍ମଚାରୀଙ୍କ ବିରୋଧ

କେନ୍ଦ୍ର ସରକାରଙ୍କ ମେଜର ପୋର୍ଟ ଅଥରିଟି ଆଇନକୁ ପୋର୍ଟ କର୍ମଚାରୀଙ୍କ ବିରୋଧ

ପାରାଦୀପ,୦୪/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ତରଫରୁ ନିକଟରେ ହୋଇଥିବା ମେଜର ପୋର୍ଟ ଅଥରିଟି ଆଇନ-୨୦୨୧କୁ ୩ତାରିଖ ନଭେମ୍ବର ୨୦୨୧ଠାରୁ କାର୍ଯ୍ୟକାରୀ କରିବା ପାଇଁ ଗେଜେଟ ନୋଟିଫିକେସନ ମାଧ୍ୟମରେ ବିଜ୍ଞପ୍ତି ଜାରୀ କରାଯାଇଛି । ଏହାକୁ ୫ଗୋଟି କେନ୍ଦ୍ରୀୟ ଫେଡେରେସନ ମାନଙ୍କ ତରଫରୁ ଦୃଢ ବିରୋଧ କରାଯାଇଛି । ଏଥିସହ ନଭେମ୍ବର ୩,୨୦୨୧କୁ କଳା ଦିବସ ଭାବେ ପାଳନ କରାଯିବାକୁ ମିଳିତ ଫେଡେରେସନ୍ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ପାରାଦୀପର ସମସ୍ତ ୟୁନିୟନ ମାନଙ୍କୁ ନେଇ ଗଠିତ କୋ-ଅର୍ଡିନେସନ କମିଟି ପକ୍ଷରୁ ଏହି ଆଇନକୁ ବିରୋଧ କରି ବୁଧବାର ଦିନ ପାରାଦୀପ ବନ୍ଦରରେ କଳା ଦିବସ ପାଳନ କରାଯାଇଛି । ଶ୍ରମିକ ଓ କର୍ମଚାରୀ ମାନେ କଳା ବ୍ୟାଚ୍ ପିନ୍ଧି ବନ୍ଦର ପ୍ରଶାସନିକ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀ ଶ୍ରମିକ କର୍ମଚାର ମାନଙ୍କୁ ଶ୍ରମିକ ନେତା ନିମାଇଁ ଚରଣ ବରାଳ, ଉଲ୍ଲାସ ଚନ୍ଦ୍ର ସ୍ୱାଇଁ, ବିଭୁତି ମହାରଣା, ନୃସିଂହ ଶତପଥୀ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କର ମନମୁଖୀ କାର୍ଯ୍ୟର ବିରୋଧ କରିବା ସହ ଘରୋଇକରଣ ଏବଂ ପୋର୍ଟ ସମ୍ପତିର ସୁରକ୍ଷା ପାଇଁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । ପରେ ଶ୍ରମିକ ନେତା ନିମାଇଁ ବରାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରାନାଦଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଲିସାହି ଥାଇଥାନ ଵସ୍ତିରେ ପଶିଲା ଵନ୍ୟା ଜଳ,ଦୂର୍ଦଶାରେ ବସ୍ତିବାସିନ୍ଦା

କଟକ ସଦର,୧୬/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସହର ନବୀକରଣ ପାଇଁ ଉଚ୍ଛେଦ ହୋଇଥିବା ବସ୍ତିବାସିନ୍ଦାଙ୍କୁ ନୂଆପଡ଼ା ବାଲିସାହି ରେ …

Leave a Reply

Your email address will not be published.