ଭୁବନେଶ୍ୱର,୦୪/୧୧/୨୦୨୧(ଓଡ଼ିଶା ସମାଚାର)- ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ବେଲଗାମ ହୋଇ ପଡ଼ିଥିଲା । ପ୍ରାୟ ପ୍ରତିଦିନ ବଢି ଚାଲିଥିଲା ପେଟ୍ରୋଲ ଓ ଡିଜେଲ୍ ଦର। ପ୍ରତିଦିନ ତୈଳ ଦର ବଢୁଥିବାରୁ ଏଥିଯୋଗୁ ପରିବହନ ବ୍ୟୟ ବଢ଼ିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ମଧ୍ୟ ସେହି ଅନୁସାରେ ବଢି ଚାଲିଥିଲା। ମହଙ୍ଗା ମାଡରେ ସାଧାରଣ ଜନତା କଲବଲ ହେଉଥିଲେ। ଫଳରେ କେନ୍ଦ୍ର ସରକାରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଥିଲା। ତାର ପରିଣାମ ସ୍ୱରୂପ ସଦ୍ୟ ଉପ ନିର୍ବାଚନରେ ଦେଖିବାକୁ ମିଳିଛି। ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ଚିତ୍ ପଟାଙ୍ଗ୍ ମାରିବା ପରେ କେନ୍ଦ୍ର ସରକାରଙ୍କର ନିଦ ଭାଙ୍ଗିଛି। ଆଉ କେନ୍ଦ୍ର ସରକାର ତେଲ ଦାମ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି । ଦୀପାବଳିରେ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେବାକୁ ପଦକ୍ଷେପ ନେଇଛନ୍ତି। ତୈଳ ଉପରୁ କେନ୍ଦ୍ର ସରକାର ଏକସାଇଜ ଡ୍ୟୁଟି କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ୧୦ ଟଙ୍କା କମାଇଛନ୍ତି।
ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଦୈଳଦର କମାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପାବଳିରେ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଭ୍ୟାଟ୍ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ଘୋଷଣ କରିଛନ୍ତି । ତେବେ ରାଜ୍ୟ ସରକାର ତୈଳ ଦରରୁ ୩ଟଙ୍କା ଭ୍ୟାଟ୍ ହ୍ରାସ କରିଥିବା ସୂଚନା ମିଳିଛି । ତେବେ ଏଥିଯୋଗୁଁ ପୁଣି ତୈଳ ଦର ହ୍ରାସ ପାଇଛି । ଯାହା ସାଧାରଣ ଲୋକଙ୍କୁ କିଛି ଆଶ୍ବସ୍ତି ଦେଇଥିବା କୁହାଯାଉଛି ।
ରାଜ୍ୟ ସରକାରଙ୍କ ଭ୍ୟାଟ୍ ହ୍ରାସ ଘୋଷଣା ପରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଅତିରିକ୍ତ ୩ ଟଙ୍କା ରିହାତି ମିଳିବ । ତେବେ ନୂଆ ଦର ଗୁରୁବାର ମଧ୍ୟରାତ୍ରରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ତେବେ ? ସମ୍ପର୍କରେ କୌଣସି ଘୋଷଣା ହୋଇନାହିଁ । ଓଡ଼ିଶା ସମାଚାର
