-ସଂଯୋଗ ବୃଦ୍ଧି କରିବା ଏବଂ ଓଡିଶା ଏବଂ ପାଖାପାଖି ସ୍ଥାନରେ ଏଣ୍ଡ-ଟୁ-ଏଣ୍ଡ ଲଜିଷ୍ଟିକକୁ ବୃଦ୍ଧି କରିବା ପାଇଁ ନୂତନ ସୁଯୋଗ ।
କଟକ, ଓଡିଶା, ୦୩/୧୧/୨୦୨୧(ଓଡ଼ିଶା ସମାଚାର)- ଭାରତର ଅଗ୍ରଣୀ ସପ୍ଲାଏ ଚେନ ଏବଂ ଲଜିଷ୍ଟିକ କମ୍ପାନୀ ପକ୍ଷରୁ କଟକଠାରେ ଏହାର ଅତ୍ୟନ୍ତ ଆଧୁନିକ ଲଜିଷ୍ଟିକ ପାର୍କର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟେଟ-ଅଫ-ଦ-ଆର୍ଟ ସୁବିଧା ରଣନିତୀକଭାବେ କୋଲକାତା-ଚେନ୍ନାଇ ହାଇୱେ-୧୬ରେ ଅବସ୍ଥିତ । ଏହି ଅବସରରେ ସେଫଏକ୍ସପ୍ରେସର ବହୁ ବରିଷ୍ଠ ସମ୍ମାନିତ ବ୍ୟକ୍ତିମାନେ କଟକଠାରେ ଏହାର ସେଫଏକ୍ସପ୍ରେସ ଲଜିଷ୍ଟିକ ପାର୍କର ଶୁଭାରମ୍ଭ କରିବା ପାଇଁ ଉପସ୍ଥିତ ରହିଥିଲେ । ଏମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀଯୁକ୍ତ ଏସ.କେ ଜୈନ, ଏଭିପି-ବ୍ୟବସାୟ, ଶ୍ରୀଯୁକ୍ତ ବିଜୟ ବଶିଷ୍ଠ, ଏଜିଏମ, ଅପରେସନ ଶ୍ରୀଯୁକ୍ତ ରବି ମଲହୋତ୍ରା, କାର୍ଗୋ ରିଲେସନସିପ ମ୍ୟାନେଜମେଂଟ, କର୍ପୋରେଟ ମୁଖ୍ୟ, ଶ୍ରୀଯୁକ୍ତ ମନୋଜ ମିତଲ, ବିହାର, ଝାଡ଼ଖଣ୍ଡ, ଓଡିଶାର ଆଂଚଳିକ ପରିଚାଳକ, ଶ୍ରୀ ଯୁକ୍ତ ଅମିତ ଚୌଧୁରୀ ଏବଂ କଟକ ସ୍ଥାନୀୟ ପରିଚାଳକ ଶ୍ରୀଯୁକ୍ତ ମନିସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
କଟକ ପାରମ୍ପରିକ ସଂସ୍କୃତି ଏବଂ ହସ୍ତତନ୍ତ୍ର ଆଧାରିତ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗର ଗନ୍ତବ୍ୟ ସ୍ଥଳ । ଏହି ନୂତନ ଲଜିଷ୍ଟିକ ପାର୍କ, ଲଜିଷ୍ଟିକ ପାଇଁ ମୁଖ୍ୟ ସ୍ଥଳୀ ଏବଂ ସମସ୍ତ ଭାରତୀୟ ରାଜ୍ୟ ସହିତ ମଧ୍ୟକାଳୀନ ସଂଯୋଗ ସୁବିଧାକୁ ପ୍ରଦାନ କରିବା ସ୍ୱତନ୍ତ୍ରଭାବେ ପାଖାପାଖି ଜିଲ୍ଲା ଏବଂ ନିର୍ମାଣଧୀନ ସ୍ଥାନକୁ ସେବା ପ୍ରଦାନ କରିବ ।
କଟକଠାରେ ସେଫଏକ୍ସପ୍ରେସ ଲଜିଷ୍ଟିକ ୧ଲକ୍ଷ ବର୍ଗ ଫିଟ ସ୍ଥାନରେ, ଅତ୍ୟନ୍ତ ଆଧୁନିକ ଟ୍ରାନ୍ସସିପମେଂଟଏବଂ ୩ପିଏଲ ସୁବିଧା ସହିତ ଅବସ୍ଥିତ ଯାହାକି ତୀବ୍ର ସଂଯୋଗତା ପ୍ରଦାନ ପାଇଁ ସଂରକ୍ଷଣ ଏବଂ ଓୟାରହାଉସ ଆବଶ୍ୟକତାକୁ ବୃଦ୍ଧି କରିପାରିବ । ନୂତନ ଲଜିଷ୍ଟିକ ପାର୍କରେ କ୍ରସ –ଡକ ସହିତ ଏକାସହିତ ୪୦ ଯାନବାହନର ଲୋଡିଙ୍ଗ ଏବଂ ଅନଲୋଡିଙ୍ଗ ସୁବିଧା ରହିଛି । ଏଥିରେ ୮୦ଫୁଟରୁ ଅଧିକ କଲମ-ଲେସ ସ୍ପାନ ରହିଛି ଯାହାକି ସୁବିଧାରେ ଦ୍ରବ୍ୟର ପରିବହନ ସୁବିଧା ରହିଛି । ସମସ୍ତ ପାଣିପାଗରେ ଦ୍ରବ୍ୟର ଲୋଡିଙ୍ଗ ଏବଂ ଅନଲୋଡିଙ୍ଗ ପାଇଁ ୧୬ଫୁଟର ବିସ୍ତୃତ କ୍ୟାଂଟିଲିଭର ସେଡ ସୁବିଧା କରାଯାଇଛି ।
ଲଜିଷ୍ଟିକ ସୁବିଧାରେ ଅଗ୍ନି ନିର୍ବାପକ ଉପକରଣ ସୁବିଧା ସହିତ, ଏହିପରି ଆକବଶ୍ୟକୀୟ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶିକ୍ଷଣପ୍ରାପ୍ତ ଦକ୍ଷ ମାନବ ସମ୍ବଳ ରହିଛି । ଏହି ସୁବିଧା ପ୍ରକୃତି-ବନ୍ଧୁ ଅଭିଯାନ ଏବଂ ପ୍ରଯୁକ୍ତିର ସଠିକ ସମିଶ୍ରଣ । ଏହି ସୁବିଧା ସହିତ ଇଂଟିଗ୍ରେଟେଡ ବର୍ଷାଜଳ ସଂରକ୍ଷଣ ସିଷ୍ଟମ, ଗ୍ରିନ ଜୋନ ଏବଂ ଶକ୍ତି ସଂରକ୍ଷଣ କରିବା ପାଇଁ ସୌର ଲାଇଟର ବ୍ୟବହାର କରାଯିବ । ଲଜିଷ୍ଟିକ ସୁବିଧାରେ କାର୍ଯ୍ୟଗୁଡିକ ଅତ୍ୟନ୍ତ ମାତ୍ରାରେ ଷ୍ଟି୍ରମଲାଇନଡ ଯାହାକି କଟକରୁ ଦେଶର ବିଭିନ୍ନ ସ୍ଥାନକୁ ତୀବ୍ର ପରିବହନ କରିବାର ସୁବିଧାକୁ ନିଶ୍ଚିନ୍ତ କରିବ । ଏହାର ଶାରୀରିକ ଅନ୍ତର୍ନିର୍ମାଣ ଆଇଟି ଦ୍ୱାରା ଏବଂ ଖୁବ ଦକ୍ଷ ଓୟାରହାଉସ ମ୍ୟାନେଜମେଂଟ ସିଷ୍ଟମ ସହିତ ପ୍ରସ୍ତୁତ ।
ସମ୍ପୂର୍ଣ୍ଣ ଅଂଚଳରେ ବିଭିନ୍ନ ଉଦ୍ୟୋଗ ଏବଂ ଅନ୍ତର୍ନିର୍ମାଣର ଚାଦିହା ପାଇଁ ସପ୍ଲାଏ ଚେନ ଏବଂ ଲଜିଷ୍ଟିକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କଟକ ଠାରେ ସେଫଏକ୍ସପ୍ରେସ ଲଜିଷ୍ଟିକ ପାର୍କ ଅନ୍ତର୍ନିର୍ମାଣ ବ୍ୟବଧାନକୁ ଦୂର କରିବା ଏବଂ ସେମାନଙ୍କ ସପ୍ଲାଏ ଚେନକୁ ସେବା ପ୍ରଦାନ କରିବା ଏବଂ ଦକ୍ଷ ଏବଂ ପ୍ରତିଭାଶାଳୀଭାବେ ଲଜିଷ୍ଟିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ସାହାଯ୍ୟ କରିବ । ଓଡ଼ିଶା ସମାଚାର