କେନ୍ଦ୍ରାପଡ଼ା, ୦୩/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ସମାଜସେବୀ ଅକ୍ଷୟ କୁମାର ତରାଇଙ୍କୁ ରାଜଶ୍ରୀ କଳା ଓ ସଂସ୍କୃତି ସଂସଦର ୩୩ତମ ବାର୍ଷିକ ଉତ୍ସବରେ ସେବାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ବିଶିଷ୍ଟ ଅତିଥି ଭାବେ, ଓଡିଶା ବିଧାନସଭା ସଚିବ ଦାଶରଥି ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବାଲିପାଟଣା ଗ୍ରାମର ସମାଜସେବୀ ଶ୍ରୀ ତରାଇଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ବରିଷ୍ଠ କବି ସଞ୍ଜୟ କୁମାର ରଥ,ଯାତ୍ରାଭିନେତା ଦୈତାରୀ ପଣ୍ଡା, ବରିଷ୍ଠ ସାମ୍ବାଦିକ ଚିତରଞ୍ଜନ ଦାସ, ସମ୍ପାଦକ ଆଶୁକବି ହେମନ୍ତ ଜେନା ଓ ଶିକ୍ଷାବିତ ନଳିନୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।ଓଡ଼ିଶା ସମାଚାର
