କଟକ ସଦର,୩/୧୧/୨୧ (ଓଡିଶା ସମାଚର /ଵିଷ୍ଣୁ ବେହେରା): ବିଧାୟକ ସୈ।ଭିକ୍ ଵିଶ୍ୱ।ଳଙ୍କ ମହାନଦୀ ଵିହାର ଵିନାୟକ ନଗର ଵାସଭଵନରୁ କିଛି ସାମଗ୍ରୀ ଚୋଇ ହୋଇଥିବା କୁ ନେଇ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ ଚଳାଇ ସିସିଟିଭି କ୍ୟାମେରା ରୁ ଚୋରଙ୍କୁ ଚିହ୍ନଟ କରି ଚୋରିର ୨୨ ଦିନ ପରେ ଦୁଇ ପେଷାଦାର ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଚୋର ଦୁଇଜଣ ହେଲେ ନୂଆ ଵଜାର ପୋତା ପୋଖରୀ ମଲ୍ଲିକ ସାହିରେ ରହୁଥିବା ଵାଙ୍କି ତୁଳସୀପୁରର ଶିଵୁ ଓରଫ ଅନିଲ୍ ପରମାଣିକ(୨୬)ଓ ଖୋର୍ଦ୍ଧା ଜଟଣୀ ର ଦିପୁ ଓରଫ୍ ଦୀପକ ସାହୁ (୨୨)ଵୋଲି ପୋଲିସ କହିଥିବା ବେଳେ ସେମାନଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର ହୋଇଛି। ଅଭିଯୁକ୍ତ ଅନିଲ ଜଣେ ପେଷାଦାର ଅପରାଧୀ ହୋଇଥିଵା ଵେଳେ ତା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡିଛି। ଓଡିଶା ସମାଚର