Tuesday , June 6 2023
Breaking News
Home / ବିଶେଷ / ଯୁବଶକ୍ତି ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ଯୁବଶକ୍ତି ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ହିନ୍ଦୋଳ, ୦୩/୧୧/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସମର୍ପିତ ଓଡ଼ିଶା ପକ୍ଷରୁ ନୂଆଗାଁ ଠାରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ କରୋନା ମହାମାରୀ ତୃତୀୟ ଲହର କୁ ଦୃଷ୍ଟିରେ ରଖି ସମସ୍ତ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ତୃତୀୟ ଲହରୀ କୁ ଆମେ ହାଲୁକା ଭାବେ ନେବା ଉଚିତ୍ ନୁହେଁ ସବୁବେଳେ ଆମେ ସଚେତନ ରେ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇବା ନିହାତି ଆବଶ୍ୟକ । ରାଜ୍ୟ ସରକାର ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଜୀବନ ଜୀବିକା ପ୍ରତି ସବୁବେଳେ ଗୁରୁତ୍ଵ ଦେଇ ଆସି ଅଛନ୍ତି । ଆମେ ମଧ୍ୟ ସବୁବେଳେ ରାଜ୍ୟ ସରକାର ଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଭାଇ ଭଉଣୀ, ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କୁ ଆହ୍ବାନ ଦେଇଥିଲେ । ଆଜିର ଏହି କାର୍ୟ୍ୟକ୍ରମ ରେ ଯୁବଶକ୍ତି ର ଶ୍ରୀବତ୍ସ ମାଝୀ, ସୁଶୀଲ କୁମାର ସାହୁ, ଚିଣ୍ଟୁ ମାଝୀ, ପ୍ରକାଶ ବାରିକ, ବିକାଶ ବାରିକ ଏବଂ ସମସ୍ତ ଗ୍ରାମବାସୀ ସାମିଲ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.