Sunday , September 24 2023
Breaking News
Home / ବିଶେଷ / ଭିଜିଲାନ୍ସ ଜାଲରେ ବାଲିଗୁଡା ଆଇଟିଡିଏ ର ମୁଖ୍ୟ କିରାଣୀ : ପୁଳା ପୁଳା ଟଙ୍କା ଜବତ: ତଦନ୍ତ ଅବ୍ୟାହତ

ଭିଜିଲାନ୍ସ ଜାଲରେ ବାଲିଗୁଡା ଆଇଟିଡିଏ ର ମୁଖ୍ୟ କିରାଣୀ : ପୁଳା ପୁଳା ଟଙ୍କା ଜବତ: ତଦନ୍ତ ଅବ୍ୟାହତ

ବାଲିଗୁଡା,୦୩/୧୧/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଇଟିଡିଏ ର ମୁଖ୍ୟ କିରାଣୀ ଶଶୀ ଭୂଷଣ ପାଣି ବୁଧବାର ଫୁଲବାଣୀ  ଭିଜିଲାନ୍ସ ହାତରେ ଧରାପଡି ଛନ୍ତି । ପ୍ରକାଶ ଯେ, ଅଞ୍ଚଳର ଜୈନେକ ଠିକାଦାରଙ୍କ ସିକ୍ୟୁରିଟ ଜମା ଟଙ୍କା ବିଭାଗରେ ଥିଲା । ସେହି ଟଙ୍କା ଫେରସ୍ତ ନେବା ପାଇଁ କିରାଣୀଙ୍କ ନିକଟକୁ ଯାଇଥିଲେ ଠିକାଦାର । ବିଲ କରାଇ ଦେବାପାଇଁ ପୂର୍ବରୁ ଦୁଇ ହଜାର ଟଙ୍କା ଦେଇଥିବା ବେଳେ ଆଉ ବଳକା ଛଅ ହଜାର ଟଙ୍କା ଦେଲେ ବିଲ ହେବ ବୋଲି କହିଥିଲେ କିରାଣୀ ଶ୍ରୀ ପାଣି । ହେଲେ ଆଜି ବୁଧବାର ଦିନ ବଳକା ୬ ହଜାର ଟଙ୍କା ଦେବାବେଳେ ଫୁଲବାଣୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି  । ଏହି ଚଢ଼ାଉ କିରାଣୀଙ୍କ ବାସଭବନରେ ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ ନାୟକଙ୍କ ନେତୃତ୍ୱ ରେ ଏକ ୫ ଜଣିଆ ଟିମ ଚଢ଼ାଉ ଜାରୀ ରଖିଥିବା ବେଳେ ଶ୍ରୀ ପାଣି ଙ୍କ ବାସ ଭବନରୁ ଖାଲି ପୁଳା ପୁଳା ଟଙ୍କା ଜବତ ହେଉଛି  । ଏ ନେଇ ଭିଜିଲାନ୍ସ କେଶ ନଂ.୧୬/୨୧ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ଡିଏସପି ଶ୍ରୀ ନାୟକ ପ୍ରକାଶ କରିଛନ୍ତି  । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *