ଗରଦପୁର,୦୩/୧୧/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ବନ୍ତଳା ପଂଚାୟତ ଅନ୍ତର୍ଗତ ମାହାଙ୍ଗା ଗ୍ରାମର ଏସକେ ସାନୁ (୨୭) ଙ୍କୁ ଛୁରାମାଡ଼ ହୋଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ମାହାଙ୍ଗା ଗ୍ରାମର ଏକ ବିଦ୍ୟାଳୟ ପରିଚାଳନା କମିଟି ନିର୍ବାଚନ କୁ କେନ୍ଦ୍ରକରି ସେହି ଗ୍ରାମର ସାନୁ ଓ ମଙ୍ଗଳ ବେହେରା ଙ୍କ ମଧ୍ୟରେ ମତ ମନାନ୍ତର ଥିଲା । ଗତକାଲି ରାତି ୮ ଟା ବେଳେ ସାନୁ ଗ୍ରାମର ଏକ ତେଜରାତି ଦୋକାନରେ ବସିଥିଲାବେଳେ ମଙ୍ଗଳ ବେହେରା ସେଠାରେ ପହଂଚିଥିଲା ଏବଂ ସାନୁ ସହିତ ତାଙ୍କର ସ୍କୁଲ ପରିଚାଳନା କମିଟି ଗଠନରେ ଅସହଯୋଗ ପାଇଁ ପାଟି ତୁଣ୍ଡ ହୋଇଥିଲା । ପରସ୍ପର ମଧ୍ୟରେ ପାଟିତୁଣ୍ଡ ହେଉଥିବାବେଳେ ମଙ୍ଗଳ ସାନୁଙ୍କୁ ଏକ ଛୁରୀ ରେ ଆଘାତ କରିଥିଲା । ସାନୁଙ୍କର ପେଟ, ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା । ରକ୍ତାକ୍ତ ହୋଇ ସାନୁ ପାଟକୁରା ଥାନାରେ ପହଂଚି ଏକ ଲିଖିତ ଅଭିଯୋଗ କରିଥିଲେ । ସାନୁ ଆହତ ଅବସ୍ଥାରେ ପାଟକୁରା ମେଡ଼ିକାଲ ରେ ଚିକିତ୍ସିତ ହୋଇଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର