Sunday , December 5 2021
Home / ବିଶେଷ / ବିତର୍କ ଦ୍ୱାରା ସାମାଜିକ ପରିବର୍ତନ ଓ ବୌଦ୍ଧିକ ବିକାଶ ଅଭିବୃଦ୍ଧି ହୁଏ

ବିତର୍କ ଦ୍ୱାରା ସାମାଜିକ ପରିବର୍ତନ ଓ ବୌଦ୍ଧିକ ବିକାଶ ଅଭିବୃଦ୍ଧି ହୁଏ

କେନ୍ଦ୍ରାପଡ଼ା, ୦୩/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର ଗୋପସ୍ଥିତ ସେଂଟ ଜାଭିୟର ହାଇସ୍କୁଲ ସମ୍ମିଳନୀ କକ୍ଷରେ  ହାଇସ୍କୁଲ ଓ  ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବିତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲ ସ୍ତରୀୟ କନିଷ୍ଠ ବର୍ଗଙ୍କ ପାଇଁ “ଅନ୍ ଲାଇନ ଶିକ୍ଷାର ପ୍ରଭାବ ଓ ଦୁଷ୍ପ୍ରଭାବ” ଏବଂ ମହାବିଦ୍ୟାଳୟ ସ୍ତରୀୟ ବରିଷ୍ଠ ବର୍ଗଙ୍କ ନିମନ୍ତେ “ଡ୍ରଗ୍ସ କବଳରେ ଯୁବ ପିଢୀ” ବିତର୍କର ଶୀର୍ଷକ ରଖାଯାଇଥିଲା । କନିଷ୍ଠ ବର୍ଗରେ ଗରଦପୁର ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଇତିଶ୍ରୀ ପ୍ରଧାନ ପ୍ରଥମ, କେନ୍ଦ୍ରାପଡା ସେଂଟ ଜାଭିୟର ହାଇସ୍କୁଲର ଛାତ୍ରୀ ନାଜିଆ ଖାତୁନ ଦ୍ୱିତୀୟ, ମାର୍ଶାଘାଇ ସରକାରୀ ହାଇସ୍କୁଲର ଛାତ୍ରୀ ଜ୍ୟୋତିଶ୍ରୀ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ମାର୍ଶାଘାଇ କଲେଜ ଛାତ୍ରୀ ସ୍ୱାତୀ ସ୍ମରଣିକା ପ୍ରଧାନ ପ୍ରଥମ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସନ୍ତୋଷ ଖଟୁଆ ଦ୍ୱିତୀୟ ଓ ତୁଳସୀ ମହିଳା କଲେଜ ଛାତ୍ରୀ ସରୋଜିନୀ ସେନାପତି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏଥିରେ ବିଚାରକ ମଣ୍ଡଳୀ ସଦସ୍ୟ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ୱାରିକା ନାଥ ସେନାପତି, ପ୍ରାଧ୍ୟାପକ କମଳାକାନ୍ତ ଦାଶ, ପ୍ରାଧ୍ୟାପିକା ପ୍ରତିଜ୍ଞା ସାମଲ, ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ, ଅଧ୍ୟାପକ ସୁଶାନ୍ତ କୁମାର ପରିଡା ଏବଂ ସେ ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ଏଭଳି ପ୍ରତିଯୋଗୀତାର ଆୟୋଜନ ଦ୍ୱାରା ପିଲାମାନଙ୍କ ବୌଦ୍ଧିକ ଶକ୍ତିର ବିକାଶ ସହ ସାମାଜିକ ପରିବର୍ତନ ସମ୍ଭବ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଦୈନିକ ଖବର କାଗଜ ‘ସକାଳ’ର ସ୍ୱନକ୍ଷତ୍ର ଦିବସ ଅବସରରେ ଆୟୋଜିତ ଏହି ପ୍ରତିଯୋଗୀତାରେ ସକାଳର ଜିଲ୍ଲା ପ୍ରତିନିଧି ଦେବଦତ ଦାଶ କାର୍ଯ୍ୟକ୍ରମର ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ାରେ ଜୱାଦ ବାତ୍ୟା ପାଇଁ ୪୮୨ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)- ପଶ୍ଚିମ କେନ୍ଦ୍ରୀୟ ବେଙ୍ଗାପସାଗରରେ ସ୍ପଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ‘ଜୱାଦ’ ବାତ୍ୟାର ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା …

Leave a Reply

Your email address will not be published. Required fields are marked *