Wednesday , October 4 2023
Breaking News
Home / ବିଶେଷ / ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ଉପଜିଲ୍ଲାପାଳଙ୍କୁ ନିବେଦନ

ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ଉପଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡ଼ା, ୦୩/୧୧/୨୦୨୧(ଓଡ଼ିଶା ସମାଚାର)-ସନ୍ଥକବି ଭିମଭୋଇ ଦିବ୍ୟାଙ୍ଗ ଭଜନ ସନ୍ଧ୍ୟା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଅନୁମତି ପ୍ରଦାନ କରାଯିବାକୁ ଉପଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି । ସେହି ସଂସ୍ଥାର ୧୦ଜଣ ଦୃଷ୍ଟିହୀନ ଦିବ୍ୟାଙ୍ଗ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଗତ ୨ବର୍ଷ ହେବ କୋଭିଡ କଟକଣା ହେତୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଭଜନ ସନ୍ଧ୍ୟାର ସଦସ୍ୟମାନେ ବହୁ କଷ୍ଟରେ କାଳାତିପାତ କରୁଛନ୍ତି । ଏବେ କିଛିଦିନ ହେବ କେନ୍ଦ୍ରାପଡା ଜିଲ୍ଲାରେ କୋଭିଡ ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ଦୃଷ୍ଟିରୁ ସେମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଭଜନ ସନ୍ଧ୍ୟା ପକ୍ଷରୁ ଅଲେଖ ଚନ୍ଦ୍ର ଜେନା, ରଶ୍ମିରଞ୍ଜନ ରାଉଳ, ଅନନ୍ତ ଓଝ ପ୍ରମୁଖ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ନିବେଦନ କରିଛନ୍ତି । ସେମାନେ ଦୃଷ୍ଟିହୀନ ହୋଇଥିବାରୁ ଅନ୍ୟ କାର୍ଯ୍ୟ କରିବାକୁ ସେମାନେ ସକ୍ଷମ ନୁହନ୍ତି ବୋଲି କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *