Sunday , December 5 2021
Home / ରାଜନୀତି / ଦରବୃଦ୍ଧି ପ୍ରତିବାଦରେ ସି.ପି.ଆଇ.(ଏମ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଦରବୃଦ୍ଧି ପ୍ରତିବାଦରେ ସି.ପି.ଆଇ.(ଏମ) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରାପଡ଼ା, ୦୩/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ଦରଦାମ ଉପରେ କୌଣସି ନିୟନ୍ତ୍ରଣ ନାହିଁ । ୧୯୫୫ ମସିହାରେ ପ୍ରଣିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନକୁ ପ୍ରତ୍ୟାହାର କରିନେବା ଯୋଗୁଁ ମହଜୁଦକାରୀ, କଳାବଜାରୀ ଓ ଫଟକାବଜାରୀମାନେ ଏବେ ଲଗାମହୀନ ହୋଇପଡିଛନ୍ତି । ଏହା ସହିତ ଓଡିଶାର ବିଜେଡି ସରକାର ମଧ୍ୟ କେନ୍ଦ୍ରର ବିଜେପି ସରକାରର ପଦାଙ୍କ ଅନୁସରଣ କରି କୋଭିଡ ମହାମାରୀ ସମୟରେ ଭାଟ(ମୂଲ୍ୟଯୁକ୍ତ କର) ପରିମାଣ ପେଟ୍ରୋଲ ଉପରେ ଶତକଡା ୩୨ଭାଗ ଓ ଡିଜେଲ ଉପରେ ୨୬ଭାଗ ବୃଦ୍ଧି କରିବା ଯୋଗୁଁ ରାଜ୍ୟରେ ଡିଜେଲ ଓ ପେଟ୍ରୋଲର ଦରବୃଦ୍ଧି ଘଟୁଛି । ଭାଟ ପରିମାଣକୁ ହ୍ରାସକରି କେତେକ ରାଜ୍ୟ ସରକାର ତୈଳଦରରେ ରିହାତି ଦେଇଥିବା ବେଳେ ନବୀନ ସରକାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରୁନାହାନ୍ତି । ୫ବର୍ଷ ଶାସନ ପାଇଁ ଭୋଟ ପାଇଥିବା ନବୀନ ପଟ୍ଟନାୟକ ସରକାର ରାଜ୍ୟର ବିଦୁ୍ୟତ ବୀତରଣ ବ୍ୟବସ୍ଥାକୁ ୨୫ବର୍ଷ ପାଇଁ ଟାଟା କମ୍ପାନୀକୁ ବିକ୍ରୀ କରିଦେଲେ । ଟାଟାର ମୁନାଫା ସୁରକ୍ଷିତ କରିବା ପାଇଁ ୬ମାସ ମଧ୍ୟରେ ଦୁଇ ଦୁଇ ଥର ବିଦୁ୍ୟତ ଶୁଳ୍କ ବୃଦ୍ଧି ଯୋଗୁଁ ସାଧାରଣ ବିଦୁ୍ୟତ ଗ୍ରାହକ, ଛୋଟ ଦୋକାନୀ, କ୍ଷୁଦ୍ର ଓ ଅଣୁଶିଳ୍ପ ସଙ୍କଟରେ ପଡିଛି ଏବଂ ରାଜ୍ୟରେ ଦରବୃଦ୍ଧିରେ ସହାୟକ ପାଲଟିଛି । ଟାଟା କମ୍ପାନୀ ହାତରେ ବିଦୁ୍ୟତ ଗ୍ରାହକ, ହଜାର ହଜାର ଠିକା ଏବଂ ଆଉଟସୋର୍ସିଂ ଶ୍ରମିକଙ୍କ ଭାଗ୍ୟକୁ ଟେକି ଦିଆଯାଇଛି । ଅବକାରୀ ଶୁଳ୍କ ଏବଂ ଭାଟ ପରିମାଣ ହ୍ରାସ କରି ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସର ଦର କମାଇବା ସହ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର କମାଇବା, ପ୍ରତି ପରିବାରକୁ ୧୦କେଜି ଚାଉଳ/ଗହମ ମାଗଣା ପ୍ରଦାନ ସେଙ୍ଗ ସେଙ୍ଗ ତେଲ, ଡାଲି, ଚିନି, ସୁଜି, ଚା ଇତ୍ୟାଦି ମାଗଣା ରେସନ କିଟ ଯୋଗାଣ, ସାର୍ବଜନିନ ଗଣ ବଂଟନ ବ୍ୟବସ୍ଥାୁ ସୁଦୃଢ, ମହଜୁଦକାରୀ କଳାବଜାରୀମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡ ପାଇଁ ଆଜିର ବିକ୍ଷୋଭରେ ଦାବି କରାଯାଇଛି । ଏହି ବିକ୍ଷୋଭରେ ସି.ପି.ଆଇ.(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ, ମାଧବ ଦାସ, ଜିଲ୍ଲା କମିଟି ସଭ୍ୟ ରତ୍ନଞ୍ଜୟ ମଲ୍ଲିକ, ନରୋତମ ପାର୍ଥସାରଥୀ, ଭୀମସେନ ବେହେରା, ଗୁଣମଣୀ ବେହେରା, ମିନାରାଣୀ ପାର୍ଥସାରଥୀ ପ୍ରମୁଖ ନେତୃତ୍ୱ ନେଇଥିଲେ । ଓଡ଼ିଶା ସମଚାର

About admin

Check Also

ବିବାଦରେ ପାରାଦୀପ ବିଜେପି ସଙ୍ଗଠନ- ଜିଲ୍ଲା ଉପସଭାପତିଙ୍କୁ ଆକ୍ରମଣ, ଥାନାରେ ମାମଲା

ପାରଦୀପ , ୨୫/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟର ଅଧ୍ରକ୍ଷ ତଥା ଜିଲ୍ଲା ବିଜେପିର ଉପସଭାପତି ଅଜିତ …

Leave a Reply

Your email address will not be published. Required fields are marked *