କଟକ ସଦର , ୦୩/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲର ଵିଵାଦୀୟ ତହସିଲଦାର ସୁଚେତା ମହାପାତ୍ର ତରଵରିଆ ଭାଵେ ଅଚାନକ ମଙ୍ଗଳବାର ଦିନ କଟକ ସଦର ଵିଡିଓ ରାଜୀଵ ଲୋଚନ ପରିଡାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବାର ଦିନକ ପରେ ଆଜି ବୁଧବାର ଵନ୍ତ ତହସିଲରୁ ଵଦଳୀ ହୋଇ ଆସିଥିଵା ତହସିଲଦାର ଇନ୍ଦିରା ସାହୁ କିଶନନଗର ତହସିଲରେ ପହଞ୍ଚି ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅଵସରେ ନୂତନ ତହସିଲଦାର ଇନ୍ଦିରା ସାହୁଙ୍କୁ ତହସିଲ ର କର୍ମଚାରୀ ମାନଙ୍କ ପକ୍ଷରୁ ରାଜସ୍ୱ ପରିଦର୍ଶକ ଯୋଗୀନାଥ ମହାନ୍ତି, ବରିଷ୍ଠ କିରାଣୀ ଵିକ୍ରମ ନାୟକ, କନିଷ୍ଠ କିରାଣୀ ଦେବିପ୍ରସାଦ ତ୍ରିପାଠୀ,ରାଜସ୍ୱ ନିରୀକ୍ଷକ ସାରଦା ସ୍ୱ।ଇଁ,ପ୍ରଭାତ ଵେହେରା ପ୍ରମୁଖ ଫୁଲା ତୋଡା ଦେଇ ସ୍ୱ।ଗତ ସମ୍ବର୍ଧନା ଜଣାଇ ଥିଲେ। ଓଡ଼ିଶା ସମାଚାର
