Saturday , August 20 2022
Breaking News
Home / ବିଶେଷ /  କାଳୀ ପୂଜାରେ କଟକକୁ ଜଗିଵେ ୧୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ, ପ୍ରସ୍ତୁତି ଯୋରଦାର

 କାଳୀ ପୂଜାରେ କଟକକୁ ଜଗିଵେ ୧୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ, ପ୍ରସ୍ତୁତି ଯୋରଦାର

କଟକ ସଦର, ୦୩/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): ଆସନ୍ତା କାଲି ଗୁରୁବାର କଟକରେ ୭୧ ଟି ମଣ୍ଡପରେ କାଳୀ ପୂଜା ଅନୁଷ୍ଠିତ ହେଵାକୁ ଯାଉଥିଵା ଵେଳେ ଅଗଷ୍ଟ ୯ ର କୋଭିଡ୍ ଏସଓପି କୁ କଡାକଡି ପାଳନ କରିଵାକୁ କମିଶନରେଟ କଟକ ପୋଲିସ୍ ତତ୍ପର ହୋଇ ଯୋରଦାର ପ୍ରସ୍ତୁତି ଚଳାଇଛି। ଆଇନ୍ ଉଲଂଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରରେ ୧୮ ପ୍ଲାଟୁନ ପୋଲିସ ଵଳ ନଜର ରଖିଵେ ଵୋଲି ଆଜି ବୁଧବାର ପ୍ରସ୍ତୁତି ବୈଠକରେ ଡିସିପି ପ୍ରତିକ୍ ସିଂହ ସୂଚନା ଦେଇଛନ୍ତି।ସେଥିରେ ଆସନ୍ତା ୬ ତାରିଖରେ ପୁରୀଘାଟ ଥାନା ସମ୍ମୁଖରେ ୩ ଟି ଅସ୍ଥାୟୀ ପୋଖରୀ ରେ ମୂର୍ତ୍ତି ଗୁଡ଼ିକ ବିସର୍ଜନ କରାଯିଵ ଵୋଲି ନିଷ୍ପତ୍ତି ନିଆଯାଇଛି।ସହରରେ ଵେଆଇନ ଵାଣ ବିକ୍ରି ଉପରେ ମଧ୍ୟ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଡିସିପି ସତର୍କ କରାଇ ଦେଇଛନ୍ତି।ଏପରି ସ୍ଥଳେ ସଵୁଜ କ୍ରାକର ଆଳରେ ଅନ୍ୟ ଵାଣ ବିକ୍ରି କରିଵାକୁ ଉଦ୍ୟମ ଚଳାଇଥିଵା ଵାଣ ବେପାରୀ ମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ଓଡ଼ିଶା ସମାଚାର

About admin

Check Also

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …

Leave a Reply

Your email address will not be published.