କଳାହାଣ୍ଡି ,୩/୧୧/୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରେ ବର୍ତ୍ତମାନ ତିନୋଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଗୋଟିଏ ବଡ଼ ଓ ଦୁଇଟି ଛୋଟ ଛୁଆ ଭାଲୁ ବିଳମ୍ବିତ ରାତିରେ ଗାଁ ରେ ବୁଲି, ପରେ ନିକଟସ୍ଥ ପାହାଡ଼ କୁ ଚାଲିଯାଇଛନ୍ତି। ଜଙ୍ଗଳୀ ଜୀବଜନ୍ତୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି। ଦିନ କୁ ଦିନ ଜଙ୍ଗଲ ପଦା ହେବାକୁ ବସିଥିବା ବେଳେ ଜଙ୍ଗଲୀ ଭାଲୁ ବର୍ତ୍ତମାନ ସାହାଜଖୋଲ ଜଙ୍ଗଲରୁ ଗାଁ ମୁହାଁ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।ତେବେ ଭାଲୁ କୁ ଦେଖି ଲଡୁଗାଁ ବାସୀ ଆତଙ୍କିତ ହୋଇପଡିଛନ୍ତି। ଏହା ସହ ଜଙ୍ଗଲ ବିଭାଗ ଦୃଷ୍ଟି ଦେଵାକୁ ଲଡୁଗା ଅଞ୍ଚଳଵାସୀ ଦାବି କରିଛନ୍ତି। ଓଡିଶା ସମାଚର