Sunday , November 28 2021
Home / ବିଶେଷ / କଟକରୁ ପୁଣି ଵିପୁଳ ପରିମାଣର ବେଆଇନ୍ ଵାଣ ଜଵତ

କଟକରୁ ପୁଣି ଵିପୁଳ ପରିମାଣର ବେଆଇନ୍ ଵାଣ ଜଵତ

କଟକ ସଦର,୩/୧୧/୨୧ (ଓଡିଶା ସମାଚର /ଵିଷ୍ଣୁ ବେହେରା): ପେସୋ ସିକୃତି ସଵୁଜ ଵାଣ ବିକ୍ରୀ ଓ ଫୁଟାଇଵାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଳରେ ଦୁଇବର୍ଷର ଗଚ୍ଛିତ ପୁରୁଣା ବେଆଇନ୍ ଵାଣ ବିକ୍ରୀ କୁ ଦମନ କରିଵାକୁ କମିଶନରେଟ ପୋଲିସ ଗୋଡେ ଗୋଡେ ଜଗିଛି। ଯଦି ଗ୍ରୀନ୍ କ୍ରାକର ଵାଣ ଵିକିଵ ତ ତେଵେ ପୋଲିସ୍ ଠାରୁ ଅନୁମତି ନିଅ ଵୋଲି ଡିସିପି କହିଛନ୍ତି। ଏହି ପରିପ୍ରେକ୍ଷୀରେ କମିଶନରେଟ୍ ପୋଲିସ ଏଵେ ଆକ୍ସନ ମୁଡରେ କାର୍ୟ୍ୟ କରୁଛି  । ଗତକାଲି ଜଗତପୁର ଥାନା ପଦ୍ମପୁର ଅଞ୍ଚଳରୁ ଵିପୁଳ ପରିମାଣର ବେଆଇନ ଵାଣ ଜଵତ ହୋଇଥିବା ଵେଳେ ଆଜି ବୁଧବାର ବିଡାନାସୀ ଥାନା ଗୋପାଳସାହିରୁ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେଵ ବେଆଇନ ଵାଣ ଜଵତ ହୋଇଥିବା ଜଣାପଡିଛି।ଏଥିରେ ସଂପୃକ୍ତ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସିଏ ବିଭିନ୍ନ ସ୍ଥାନରୁ ଚୋରାରେ ଵାଣ ଆଣି କଟକ ର ବିଭିନ୍ନ ସ୍ଥାନରେ ଵେପାରିଙ୍କୁ ଦେଵାକୁ ମସୁଧା କରୁଥିବା ପୋଲିସ କହିଛି।ପୋଲିସର ଏହି ଚଢାଉ ଫଳରେ ନୂଆ ସହିତ ପୁରୁଣା ଵାଣ ଵିକ୍ରି ଟରିଵାକୁ ମନ ଵଳାଇଥିଵା ଵେପାରିମାନଙ୍କ ମନ ଭାଙ୍ଗି ଯାଇଛି । ଓଡିଶା ସମାଚର

About admin

Check Also

ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ପଥରକଣୀ ମନ୍ଦିର ପରିସରରେ ଶନିବାର କେନ୍ଦ୍ରାପଡାର ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀମାନଙ୍କର …

Leave a Reply

Your email address will not be published. Required fields are marked *