Tuesday , May 30 2023
Breaking News
Home / ବିଶେଷ / ଅତିରିକ୍ତ ଜିଲ୍ଲାଜଜଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଅତିରିକ୍ତ ଜିଲ୍ଲାଜଜଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୦୩/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ପକ୍ଷରୁ  ଅତିରିକ୍ତ ଜିଲ୍ଲା ଦୌରାଜଜ ମଦନ ରାଓ ଦୋରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ସଂଘର ସଭାପତି  ଆଶୁତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ଦୌରାଜଜ ଗୋପାଳ ଚନ୍ଦ୍ର ବେହେରା, ସମ୍ପାଦକ ସେକ ଅଜିମୁଦ୍ଧିନ, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ଭୀମସେନ ଭୂୟାଁ, ସରୋଜରାଜ ସିଂ, ଗଗନବିହାରୀ ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀ ଦୋରାଙ୍କ କେନ୍ଦ୍ରାପଡା କାର୍ଯ୍ୟକାଳ ସମୟର ବିଭିନ୍ନ ଘଟଣାମାନ ବର୍ଣ୍ଣନା କରିବା ସହ ତାଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ତୁଳସୀ କ୍ଷେତ୍ରର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ଏକ ଫଟୋଚିତ୍ର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଅଦାଲତର ସମସ୍ତ ଜଜଙ୍କ ସମେତ ଆଇନଜୀବୀ ଗୋକୁଳିରଞ୍ଜନ ଦାସ, ମନୋଜ ସାହୁ, ରଞ୍ଜନ କୁମାର ପଣ୍ଡା, ମାନସ ରଞ୍ଜନ ମହାନ୍ତି, ଅରୁଣ ପ୍ରସାଦ ଦାସ, ନିରଞ୍ଜନ ବଳ, ଇତିହାସ ଲେଙ୍କା, ଅନନ୍ତ ବଲ୍ଲଭ ଶତପଥୀ, ବ୍ରଜସୁନ୍ଦର ରାଉତ, ଅଞ୍ଜନା ମହାନ୍ତି, ରେଣୁବାଳା ସାମଲ, ସୁବାଷ ରାଉତ, ଅକ୍ଷୟ କୁମାର ସ୍ୱାଇଁ, ସୁଧାଂଶୁ ଶେଖର ମହାପାତ୍ର, ଅଧିକାରୀ ପ୍ରଭାତ କୁମାର ଦାସ, ବୀରେନ୍ଦ୍ର ଦାସ ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.