Friday , September 22 2023
Breaking News
Home / ବିଶେଷ / ଵିଵାଦୀୟ କିଶନନଗର ତହସିଲଦାର ସୁଚେତା ମହାପାତ୍ରଙ୍କ ଅଚାନକ ଵଦଳୀ, ଅସ୍ଥାୟୀ ଦାୟିତ୍ଵ ନେଲେ ସଦର ଵିଡିଓ

ଵିଵାଦୀୟ କିଶନନଗର ତହସିଲଦାର ସୁଚେତା ମହାପାତ୍ରଙ୍କ ଅଚାନକ ଵଦଳୀ, ଅସ୍ଥାୟୀ ଦାୟିତ୍ଵ ନେଲେ ସଦର ଵିଡିଓ

କଟକ ସଦର, ୦୨/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗରରେ ଦୀର୍ଘ ବର୍ଷ ହେଲା ତହସିଲଦାର ଭାଵେ ରହି ମାଫିଆ ରାଜ ଚଳାଇଥିବା ଏବଂ ସଦର ମହକୁମାରେ ନରହି ୫୦ କିମି ଦୂର ରାଜଧାନୀ ଭୂବନେଶ୍ୱରରୁ ସରକାରୀ ଗାଡିର ଅପବ୍ୟବହାର କରି ଯିଵାଆସିଵା କରୁଥିଵା ନେଇ ଅଭିଯୋଗ ହୋଇ ଆସୁଥିବା ଵେଳେ ଏ ସମ୍ପର୍କରେ ଅକ୍ଟୋବର ୩ ରେ ‘ ଓଡ଼ିଶା ସମାଚାର’ ରେ ବିସ୍ତୃତ ଖଵର ପ୍ରକାଶ ପାଇଥିଲା।ଏହାକୁ ଗୁରୁତର ଭାଵେ ଗ୍ରହଣ କରି ବିବାଦୀୟ ତହସିଲଦାର ସୁଚେତା ମହାପାତ୍ରଙ୍କୁ ଆଜି ମଙ୍ଗଳବାର ରାଜସ୍ୱ ଵିଭାଗ ପକ୍ଷରୁ ଅଚାନକ କେନ୍ଦୁଝର ସଦର ଵିଡିଓ ଭାଵେ ଵଦଳୀ କରାଯାଇଥିଵା ଜଣାଯାଇଛି। ତାଙ୍କ ସ୍ଥାନରେ ଭଦ୍ରକ ଜିଲ୍ଲା ଵନ୍ତ ତହସିଲଦାର ଇନ୍ଦିରା ସାହୁଙ୍କୁ ଅବସ୍ଥାପିତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଵେଳେ ତାଙ୍କର ଆସିଵାକୁ ଡେରି ହେଵା ପରିପ୍ରେକ୍ଷୀରେ କଟକ ସଦର ଵିଡିଓ ରାଜୀଵ ଲୋଚନ ପରିଡାଙ୍କୁ ଅସ୍ଥାୟୀ ଦାୟିତ୍ଵ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଏଠାରେ ଅବସ୍ଥାପିତ ହେବାକୁ ଥିବା ଵନ୍ତ ତହସିଲଦାର ଇନ୍ଦିରା ସାହୁ ମଧ୍ୟ ସେଠାରେ ତାଲାଵନ୍ଦୀ ସମୟରେ କୋଭିଡ୍ କଟକଣା ଉଲଂଘନ କରି ଏକ ଲୁଗା ଦୋକାନରୁ ଲୁଗା କିଣୁଥିଵାର ଦୃଶ୍ୟ ଭାଇରାଲ୍ ହେଵା ଯୋଗୁ ବିବାଦୀୟ ହୋଇଥିଲେ। ଏଠାରୁ ସୁଚେତା ମହାପାତ୍ର ଯିଵା ଖଵର ଶୁଣି ମାଫିଆମାନେ ମନ ସୁଖାଇ ଥିଵା ଵେଳେ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *