ରଘୁନାଥପୁର,୦୨/୧୧/୨୦୨୧(ଓଡ଼ିଶା ସମାଚାର)-ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଓ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିଥିବା ସାମାଜିକ ସେବା କାର୍ଯ୍ୟକ୍ରମ କୁ ସ୍ୱାଗତ ଜଣାଇ ଆଜି ରଘୁନାଥପୁର ବ୍ଲକ୍ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବ୍ଲକ୍ ର ସମସ୍ତ ଯୁବ ଓ ଛାତ୍ର ଜନତା ଦଳ ଏକତ୍ରିତ ହୋଇ ରେଢ଼ୁଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିଥିବା ସମସ୍ତ ଅଳିଆ ଆବର୍ଜନା ସଫା କରିବା ସହିତ ରୋଗୀ ମାନଙ୍କୁ ଫଳ ବଂଟନ କରିଥିଲେ । ଏଥି ସହିତ ଉତ୍କଳ ମଣି ଗୋପବନ୍ଧୁ ଦାସ, ଭୂମି ପୁତ୍ର ବିଜୁ ପଟ୍ଟନାୟକ ଓ ସ୍ୱର୍ଗତ ବିଷ୍ଣୁ ଦାସ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରଘୁନାଥପୁର ବ୍ଲକ ଯୁବ ବିଜେଡ଼ି ସଭାପତି ସରୋଜ କୁମାର ଦାସ ନେତୃତ୍ୱ ନେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମାନସ ରଂଜନ ଦାସ, ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ଜିଲା ବିଜେଡ଼ି ଉପସଭାପତି ସରୋଜକାନ୍ତ ସ୍ୱାଇଁ, ଜିଲା ଯୁବ ବିଜେଡ଼ି ସଭାପତି ସୌମ୍ୟଜିତ ମହାପାତ୍ର, କୃଷକ ସଂଗଠନ ସଭାପତି ରବିନ୍ଦ୍ରନାଥ ସ୍ୱାଇଁ, ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ଶକ୍ତି ଶଙ୍କର ପଟ୍ଟନାୟକଙ୍କ ସମେତ ବହୁ ବିଜେଡ଼ି କର୍ମୀ ସାମିଲ ଥିଲେ । ଓଡ଼ିଶା ସମାଚାର