ଭୁବନେଶ୍ୱର,୦୨/୧୧/୨୦୨୧(ଓଡ଼ିଶା ସମାଚାର)- ରାଜଧାନୀରେ ଘଟିଛି ଡ଼ବଲ ମର୍ଡ଼ର । ଆଜି କଳିଙ୍ଗନଗର ରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି । କଳିଙ୍ଗନଗର କେ୪- ୩୩୪ରେ ଏହି ଡବଲ୍ ମର୍ଡର ହୋଇଥିବା ସୂଚନା । ଘଟଣା ସ୍ଥଳରେ କମିଶନରେଟ୍ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।ଘଟଣା ସ୍ଥଳରୁ ସ୍ତ୍ରୀ ଓ ୧୦ ବର୍ଷର ପୁଅର ମୃତ ଦେହ ଉଦ୍ଧାର କରାଯାଇଛି ।ତେବେ ସ୍ୱାମୀ ଫେରାର ଥିବାରୁ ଏହି ଘଟଣାରେ ସ୍ୱାମୀ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରିଛି । ଓଡ଼ିଶା ସମାଚାର
