Wednesday , May 31 2023
Breaking News
Home / କ୍ରୀଡ଼ା / ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍ ଙ୍କ ଦ୍ୱାରା ଯୋଗ ଶିବିର ଉଦଘାଟିତ

ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍ ଙ୍କ ଦ୍ୱାରା ଯୋଗ ଶିବିର ଉଦଘାଟିତ

ପାରାଦୀପ,୦୨/୧୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ପକ୍ଷରୁ ଏକ ଯୋଗ ଶିବିର ଉଦଘାଟିତ ହୋଇଯାଇଛି । ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍ ଏହି ଶିବିରକୁ ଉଦଘାଟନ କରିଥିଲେ । ଯୋଗ କେବଳ ବ୍ୟାୟାମ୍ ପାଇଁ ଉଦ୍ଧିଷ୍ଟ ନୁହେଁ ବରଂ ଏହା ନିଜ ନିଜ କ୍ଷେତ୍ରରେ ପ୍ରତ୍ୟେକ ବ୍ୟକ୍ତିର ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ଅଧିକ ଲାଭଦାୟକ ବୋଲି ମୁଖ୍ୟଅତିଥି ଶ୍ରୀ ହାରାନାଦ୍ କହିଥିଲେ । ଏହି ଯୋଗ ଶିବିର ଭର୍ଚୁଆଲ୍ ମାଧ୍ୟମରେ ତିନି ମାସ ପାଇଁ ଜାରୀ ରହିବ । ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ଶ୍ରୀ ହାରାନାଦ୍ ସମେତ ଉପାଧ୍ୟକ୍ଷ ଏ.କେ.ବୋଷ, ପିପିଟି ସ୍ପୋର୍ଟସ୍ କାଉନସିଲ୍ ର ସଭାପତି ଧର୍ମେନ୍ଦ୍ର ନାଥ ସୋଣ୍ଢି, ଉପସଂରକ୍ଷକ ଅଲେଖ ଚନ୍ଦ୍ର ସାହୁ, ବନ୍ଦର ସଚୀବ ପି.ଏନ୍.ବାହେକର, ମୁଖ୍ୟଯନ୍ତ୍ରୀ ମଳୟ ଦାଶଗୁପ୍ତା, ସିଆଇଏସଏଫର କମାଣ୍ଡା ଅକ୍ଷତ ପଟେଲ୍,ଆର୍ଟ ଅଫ ଲିଭିଙ୍ଗର ପ୍ରଶିକ୍ଷକ ତାପସ ରଂଜନ ପତିଙ୍କ ସମେତ ବନ୍ଦରର ବରିଷ୍ଠ ଅଧିକାରୀ, ଗୋପବନ୍ଧି କ୍ରୀଡା ସଂସଦର କର୍ମକର୍ତା ଓ କ୍ରୀଡାବିତ୍ମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.