Tuesday , May 30 2023
Breaking News
Home / ବିଶେଷ / ନାବାର୍ଡ଼ ସହାୟତାରେ ମହିଳା ମାନଙ୍କୁ ତାଳପତ୍ର ଶିଳ୍ପ ପରିଦର୍ଶନ 

ନାବାର୍ଡ଼ ସହାୟତାରେ ମହିଳା ମାନଙ୍କୁ ତାଳପତ୍ର ଶିଳ୍ପ ପରିଦର୍ଶନ 

ରଘୁନାଥପୁର, ୦୨/୧୧/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକ୍ ର ମହିଳାମାନେ ତାଳପତ୍ରରେ ବିଭିନ୍ନ କାରୁକାର୍ଯ୍ୟ କରୁଥିବା ମହିଳା ସଦସ୍ୟା ଜଗତସିଂହପୁର ନାବାର୍ଡ଼ ତରଫରୁ କୃର୍ଷ୍ଣପ୍ରସାଦ ବ୍ଲକ୍ ର ମାଲୁଦ ପଂଚାୟତ ଓ ହାତିଆମୁଣି ଠାରେ ଚିଲିକା ତାଳପତ୍ର ଶିଳ୍ପ ପରିଦର୍ଶନ କରିଥିଲେ । ଏହି ଶିଳ୍ପ ପରିଦର୍ଶନ ସହିତ ତାଳପତ୍ର ଶିଳ୍ପରେ ଲିପ୍ତ ଥିବା ମାଲୁଦ, ମାଲେଶ୍ୱରୀ, ବାଲିସାହି ର ମହିଳା ମାନଙ୍କୁ ଭେଟି ତାପତ୍ରରେ ନୂତନ କାରୁକାର୍ଯ୍ୟକୁ ଦେଖି ଶିଖିବା ସହିତ ସେମାନଙ୍କ ଠାରୁ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ଏହି ପରିଦର୍ଶନ କାର୍ଯ୍ୟକ୍ରମକୁ ନବଜ୍ୟୋତି କ୍ଲବ୍ ର ସମ୍ପାଦକ କ୍ଷୀରୋଦ କୁମାର ଦାଶ, କର୍ମକର୍ତା ସରୋଜ ଦ୍ୱିବେଦୀ, ଶକ୍ତି ସାର୍ଥକ ସୋହନ , ମୋନାଲିସା ସ୍ୱାଇଁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.